Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ନନ୍ଦିଗ୍ରାମ ସଂଗ୍ରାମରେ ମମତାଙ୍କୁ ମାତ୍‌ ଦେଲେ ଶୁଭେନ୍ଦୁ, ବିଜୟ ପରେ କଣ କହିଲେ ଜାଣନ୍ତୁ

2/05/2021 at 8:55 PM

କୋଲକାତା ୨/୫: ଦଳ ଜିତିଲା କିନ୍ତୁ ଦିଦି ହାରିଗଲେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଏକପ୍ରକାର ସାମ୍ନାକୁ ଆସିଛି। ଟିଏମସି ୨୧୫ରୁ ଅଧିକ ସିଟ୍‌ରେ ଆଗୁଆ ଚାଲିଥିବା ବେଳେ ବେଙ୍ଗଲରେ ପୁଣି ସରକାର କରିବା ନିଶ୍ଚିତ। କିନ୍ତୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ ନନ୍ଦିଗ୍ରାମ ସିଟ୍‌ରେ ପରାଜୟ ସ୍ବୀକାର କରିଛନ୍ତି। ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୯୫୭ ଭୋଟରେ ହାରିଛନ୍ତି ମମତା।

ଦିନେ ମମତାଙ୍କ ଡାହାଣ ହାତ ଥିବା ଶୁଭେନ୍ଦୁ ଆଜି ଦିଦିଙ୍କୁ ହରାଇ ଦେଇଛନ୍ତି। ଦୁଇ ଜଣଙ୍କ ମଧ୍ୟରେ ଜୋରଦାର ଫାଇଟ୍‌ ହୋଇଥିଲା । ପ୍ରଥମେ ମମତା ୧୨୦୦ ଭୋଟ୍‌ରେ ଜିତିଛନ୍ତି ବୋଲି ଖବର ମିଳିଥିଲା। କିନ୍ତୁ ପରେ ଚିତ୍ର ସ୍ପଷ୍ଟ ହୋଇଥିଲା।  ଶୁଭେନ୍ଦୁ ଅଧିକାରୀ ୧୯୫୭ ଭୋଟରେ ବିଜୟ ଲାଭ କରିଛନ୍ତି। ନନ୍ଦିଗ୍ରାମ ଫଳାଫଳ ଆସିବା ପରେ ଗୋଟିଏ ପଟେ ଦିଦି ଗଡ଼ବଡ଼ର ଗନ୍ଧ ବାରୁଥିବା ବେଳେ ବିଜୟୀ ଶୁଭେନ୍ଦୁ ଅଧିକାରୀ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ‘ପ୍ରେମ, ବିଶ୍ବାସ, ଆଶୀର୍ବାଦ, ସମର୍ଥନ ଏବଂ ମୋତେ ଆପଣଙ୍କର ପ୍ରତିନିଧି ଓ ବିଧାୟକ ଭାବେ ବାଛିଥିବାରୁ ନନ୍ଦିଗ୍ରାମର ମହାନ ଜନତାଙ୍କୁ ବହୁତ ଧନ୍ୟବାଦ।  ଜନତାଙ୍କ ପାଇଁ ସେବା ଏବଂ କଲ୍ୟାଣ ପାଇଁ ମୋର କାର୍ଯ୍ୟ କେବେ ବନ୍ଦ ନଥିଲା କି ରହିବ ନାହିଁ। ମୁଁ ପ୍ରକୃତରେ କୃତଜ୍ଞ।’

 

   Related Posts