Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ନନ୍ଦିଗ୍ରାମରେ ମମତାଙ୍କୁ ୫୦ ହଜାରରୁ ଅଧିକ ଭୋଟରେ ହରାଇବେ କହିଲେ ଶୁଭେନ୍ଦୁ ଅଧିକାରୀ

6/03/2021 at 10:14 PM

କୋଲକାତା ୬।୩: ପଶ୍ଚିମବଙ୍ଗ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଲାଗି ବିଜେପି ଶନିବାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ବିଜେପିରେ ଯୋଗଦେଇଥିବା ତୃଣମୂଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ତାଙ୍କ ପାରମ୍ପରିକ ନନ୍ଦିଗ୍ରାମ ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀ କରାଯାଇଛି। ବିଜୟ ସମ୍ଭାବନା ଦେଖି ବିଜେପି ଶୁଭେନ୍ଦୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ମମତାଙ୍କୁ ୫୦ ହଜାରରୁ ବି ଅଧିକ ଭୋଟରେ ପରାସ୍ତ କରିବେ ବୋଲି ଦମ୍ଭର ସହ କହିଛନ୍ତି।

ଦଳର ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଶୁଭେନ୍ଦୁ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ତାଙ୍କ ପ୍ରତି ଦଳ ଭରସା କରିଥିବାରୁ ସେ ବିଜେପି ଜାତୀୟ ନେତୃବୃନ୍ଦଙ୍କୁ ପ୍ରଥମେ କୃତଜ୍ଞତା ଜଣାଇଛନ୍ତି। ସେହିପରି ନିର୍ବାଚନରେ ହାରଜିତ ପ୍ରସଙ୍ଗକୁ ନେଇ ସେ (ମମତାଙ୍କ ନାମ ନନେଇ) ୫୦ ହଜାରରୁ ଅଧିକ ଭୋଟରେ ହାରିବେ ବୋଲି କହିଛନ୍ତି।

ମମତା ଭବାନୀପୁର ଆସନରୁ ହାରି ସାରିଛନ୍ତି ବୋଲି ଶୁଭେନ୍ଦୁ କହିଛନ୍ତି। ୨୦୧୯ରେ ବିଜେପି ତାଙ୍କ ଆସନ ଦଖଲ କରିନେଇଥିଲା। ଏଣୁ ଭବାନୀପୁର ଆସନରୁ ମଧ୍ୟ ତୃଣମୂଳ ହାରିବ ବୋଲି ସେ କହିଛନ୍ତି। ତେବେ ନନ୍ଦିଗ୍ରାମ ନିର୍ବାଚନ ମୋ ପାଇଁ ସେଭଳି ବଡ଼ ଆହ୍ୱାନ ନୁହେଁ । ତାଙ୍କୁ ହରାଇବାକୁ ମୁଁ ନନ୍ଦିଗ୍ରାମ ଯାଉଛି ଓ ତାଙ୍କୁ ସେଠାରୁ କୋଲକାତା ଫେରାଇ ଦେବି ବୋଲି କହିଛନ୍ତି। 

ସେହିପରି ରାଜ୍ୟରେ ବିଜେପି ଜିତିଲେ ସେ ମୁଖ୍ୟମନ୍ତ୍ରୀ ହେବେ କି ବୋଲି ସାମ୍ବାଦିକମାନ ପ୍ରଶ୍ନ କରିବାରୁ ଏହାକୁ ଶୁଭେନ୍ଦୁ କାଳ୍ପନିକ ବୋଲି କହଥିଲେ ଓ ଏପରି କାଳ୍ପନିକ ପ୍ରଶ୍ନର ଉତ୍ତର ଦେଇପାରିବନି କହି ଟାଳି ଯାଇଛନ୍ତି। ତେବେ ବିଜେପି ଏକ ଜାତୀୟ ଦଳ ଓ ଏହାର ନେତା ନିର୍ବାଚନ କେନ୍ଦ୍ରୀୟ. ନେତୃତ୍ୱଙ୍କ ନିଷ୍ପତ୍ତିରେ ହୋଇଥାଏ ବୋଲି ସେ କହିଛନ୍ତି।

   Related Posts