ନନ୍ଦିଗ୍ରାମରୁ ନାମାଙ୍କନ ଭରିଲେ ଶୁଭେନ୍ଦୁ ଅଧିକାରୀ, କହିଲେ- ‘ଚିନ୍ତା କରନ୍ତୁନି, ମମତାଙ୍କୁ ମୁଁ ହିଁ ହରାଇବି’

Published By : Prameya-News7 Bureau | March 12, 2021 IST

କୋଲକାତା ୧୨/୦୩: ଚର୍ଚ୍ଚାରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏଥର ନିର୍ବାଚନରେ ଟିଏମସି ଏବଂ ବିଜେପି ମଧ୍ୟରେ ଟକ୍କର ଦେଖିବାକୁ ମିଳିପାରେ। ବିଶେଷ କରି ନନ୍ଦିଗ୍ରାମ ବିଧାନସଭା ସିଟ୍‌କୁ ନେଇ ଚର୍ଚ୍ଚା-ଆଲୋଚନା ଲାଗି ରହିଛି। ନନ୍ଦିଗ୍ରାମ ଆସନରୁ ଟିଏମସି ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାମାଙ୍କନ ଭରିଥିବା ବେଳେ ଶୁକ୍ରବାର ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ନାମାଙ୍କନ ଭରିଛନ୍ତି।

ନାମାଙ୍କନ ଭରିବା ପୂର୍ବରୁ ଶୁଭେନ୍ଦୁ ମନ୍ଦିରରେ ପୂଜା କରିଥିଲେ। ତାଙ୍କ ସହ ୩ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ବାବୁଲ ସୁପ୍ରିଓ ଏବଂ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ୧୦ ମାର୍ଚ୍ଚରେ ମମତା ବାନାର୍ଜୀ ଏହି ସିଟ୍‌ରେ ନାମାଙ୍କନ ଭରିଥିଲେ। ଏହା ପୂର୍ବରୁ ହଳଦିଆରେ ପଦଯାତ୍ରା ସମୟରେ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ମୋ ବିପକ୍ଷରେ ମମତା ଛିଡ଼ା ହୋଇଛନ୍ତି। ଚିନ୍ତା କରନ୍ତୁ ନାହିଁ। ମୁଁ ତାଙ୍କୁ ହରାଇବି।

ଏହା ସହ ସେ ଆହୁରି କହିଛନ୍ତି, ମୋ ପୋଷ୍ଟର ଚିରାଯିବା ସହ ମୋ ପତାକା ଚିରି ଫିଙ୍ଗିଦିଆ ଗଲା। ମୁଁ ପଚାରିବାକୁ ଚାହୁଁଛି ତୋହା ସିଦ୍ଦିକି କିଏ। ଟିଏମସିର ଆବ୍ବାସ ସିଦ୍ଦିକ କିଏ ବୋଲି ମଧ୍ୟ ଶୁଭେନ୍ଦୁ ପଚାରିଛନ୍ତି। ଏହା ସହ ସବକା ସାଥ, ସବକା ବିକାଶ ନାରା ଦେଇଥିଲେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ।

ସେପଟେ ନନ୍ଦିଗ୍ରାମରେ ଜନସଭାକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ମୁ ପଚାରିବାକୁ ଆସିଛି ୮୦ ବର୍ଷୀୟା ମହିଳାଙ୍କୁ କିଏ ମାଡ଼ ମାରିଥିଲା। ବିଜେପି କାର୍ଯ୍ୟକର୍ତ୍ତାଙ୍କ ହତ୍ୟା କିଏ କରିଛି ? ଦୁର୍ଗା ମୂର୍ତ୍ତି ବିସର୍ଜନ ଏବଂ ସରସ୍ବତୀ ପୂଜା ପାଇଁ କିଏ ଅନୁମତି ଦେଉନାହିଁ ? ସେ ନନ୍ଦିଗ୍ରାମ ଆସି ଖେଲା ହୋବେ କହିବା ପରେ ଚଣ୍ଡୀ ପାଠ କିଏ କରୁଛି ବୋଲି ମଧ୍ୟ ସ୍ମୃତି ଇରାନୀ ପ୍ରଶ୍ନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.