Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଓଡ଼ିଶା ପାଇଁ ଗୌରବ ଆଣିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶୁଭସ୍ମିତା ତ୍ରିପାଠୀ : ଇଣ୍ଟରନ୍ୟାସନାଲ ଚିଲଡ୍ରେନସ୍ ପିସ୍ ପ୍ରାଇଜ ପାଇଁ ମନୋନୀତ

20/09/2019 at 9:24 PM

କେନ୍ଦ୍ରାପଡା୨୦|୯ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଅଷ୍ଟମ ଶ୍ରେଣୀ ଛାତ୍ରୀ ଶୁଭସ୍ମିତା ତ୍ରିପାଠୀ । ଇଣ୍ଟରନ୍ୟାସନାଲ ଚିଲଡ୍ରେନସ୍ ପିସ୍ ପ୍ରାଇଜ ପାଇବାକୁ ସେ ମନୋନିତ ହୋଇଛନ୍ତି । ୨୦୧୯ ବର୍ଷ ପାଇଁ ୫୬ଟି ଦେଶରୁ

ମନୋନିତ ହୋଇଛନ୍ତି ୧୧୯ ଜଣ ଶିଶୁ । ଏମାନଙ୍କ ମଧ୍ୟରେ ଭାରତରୁ ଥିବା ୧୦ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ଏକ ମାତ୍ର ଶୁଭସ୍ମିତା ଅଛନ୍ତି । ଶୁଭସ୍ମିତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠ ଗାଁରେ ।…

ଶୁଭସ୍ମିତା ତ୍ରିପାଠୀ, ବୟସ ୧୩ । ବଙ୍ଗୋପସାଗର ତଟବର୍ତୀ ପେଣ୍ଠ ଗାଁରେ ଘର । ପେଣ୍ଠ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ । ଜଣେ ମେଧାବୀ ଛାତ୍ରୀ ଭାବେ ପିଲାଟି ଦିନରୁ କ୍ରୀଡା, ବିଜ୍ଞାନ, ଶିକ୍ଷା, ପରିବେଶ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶୁଭସ୍ମିତା।

ସବୁଠାରୁ ବଡ଼ କଥା ହେଉଛି ଯେଉଁ ସହପାଠୀମାନେ ଅଭାବ ଅନାଟନ ଯୋଗୁଁ ଏକ ପ୍ରକାର ପାଠ ପଢାରେ ଡୋରୀ ବାନ୍ଧିଥିଲେ, ସେମାନଙ୍କୁ ସେ ପୁଣିଥିରେ ସ୍କୁଲକୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ । ଶୁଭସ୍ମିତାଙ୍କ ପାଇଁ ଆଜି ଅନେକ ପିଲା ଛେଳି ଚରାଇବା ବଦଳରେ ହାତରେ ବହିବସ୍ତାନୀ ଧରୁଛନ୍ତି ।

ସେହିପରି ସହପାଠୀ, ଶିକ୍ଷକ , ଓ ସ୍ବେଚ୍ଛାସେବୀ ସଙ୍ଗଠନ ସହ ମିଶି ନିଜ ବିଦ୍ୟାଳୟ ଓ ଗାଁ ପରିବେଶ ସଫା ରଖିବାକୁ ପ୍ରୟାସ ଜାରି ରଖିଛନ୍ତି ।ଏହି ନିଆରା କାର୍ଯ୍ୟ ପାଇଁ ଚଳିତ ବର୍ଷର ମର୍ଯ୍ୟାଦା ଜନକ ଅନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର ପାଇବାକୁ ମନୋନିତ ହୋଇଛି ଶୁଭସ୍ମିତା ।…

ସମଗ୍ର ବିଶ୍ବରେ ମୋଟ୍ ୩ ହଜାର ଶିଶୁ ଏହି ପୁରସ୍କାର ପାଇଁ ଆବେଦନ କରିଥିବା ବେଳେ ମାତ୍ର ୧୧୯ ଜଣ ମନୋନିତ ହୋଇଛନ୍ତି । ଆମ ଦେଶରୁ ମନୋନିତ ହୋଇଥିବା ମୋଟ୍ ୧୦ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ଅଛନ୍ତି ଏକମାତ୍ର ଶୁଭସ୍ମିତା । ଯେଉଁ ବୟସରେ ଖେଳି ବୁଲି ସମୟ କଟଇବା କଥା ସେହି ବୟସରେ ଶୁଭସ୍ମିତାଙ୍କର ନିଆରା କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।…

କିଭଳି ସବୁ ପିଲା ପଢ଼ିବେ ଓ ଆଗକୁ ବଢ଼ିବେ ସେଥିପାଇଁ ଉଦ୍ୟମ ଚଳାଇଛନ୍ତି ଶୁଭସ୍ମିତା, ଯାହା ଅନ୍ୟ ପିଲାମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି ।

   Related Posts