ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହେଲେ ଶୁଭଙ୍କର ନାୟକ
3/09/2018 at 12:52 PM

ଭୁବନେଶ୍ୱର ୩/୯ : ପୁଣି ଗିରଫ ହେଲେ ଶୁଭଙ୍କର ନାୟକ । ସିସୋର ଚିଟଫଣ୍ଡ ଲିଙ୍କରେ ଗିରଫ ହୋଇ ଜାମିନରେ ଆସିଥିଲେ ଶୁଭଙ୍କର । ତେବେ ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଶୁଭଙ୍କରକୁ ଗିରଫ କରିଛି ଖାରବେଳନଗର ଥାନା ପୋଲିସ । ଖାରବେଳନଗର ଅଧୀନ ଚନ୍ଦ୍ରମା ଆପାର୍ଟମେଣ୍ଟରେ ଗତକାଲି ରାତିରେ ଶୁଭଙ୍କର ଜଣେ ମହିଳାଙ୍କୁ ଟଣାଓଟରା କରିଥିବା ଅଭିଯୋଗ ହୋଇଛି । ଗତକାଲି ଏନେଇ ମହିଳା ଓ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ବିରୋଧରେ ୨୯୪, ୩୪୧, ୩୨୩, ୪୨୭, ୩୫୪ (A), ୩୫୪(B), ଓ ୫୦୬ ଧାରାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।
Related Posts
ବାଇକ ହ୍ୟାଣ୍ଡେଲରୁ ଉଦ୍ଧାର ହେଲା ନାଗ ସାପ, କରୁଥିଲା ଗର୍ଜନ
5 March 2021
ବିରଳ ଧଳା ପେଚା ଉଦ୍ଧାର, ଆଜି ଜଙ୍ଗଲରେ ଛାଡିବ ବନବିଭାଗ
5 March 2021