ରଣଜୀରେ ଶୁଭମନ ଗିଲଙ୍କୁ ନେଇ ବବାଲ, ୧୦ ମିନିଟ୍ ବନ୍ଦ ରହିଲା ମ୍ୟାଚ୍

Published By : Prameya-News7 Bureau | January 03, 2020 IST

ମୋହାଲି ୩।୧:  ଏଠାରେ ଖେଳାଯାଉଥିବା ରଣଜୀ ମ୍ୟାଚ୍‌ରେ ଶୁକ୍ରବାର ଶୁଭମନ ଗିଲଙ୍କୁ ନେଇ ବିବାଦ କାରଣରୁ ମ୍ୟାଚ୍‌ ୧୦ ମିନିଟ୍ ସ୍ଥଗିତ ରହିଥିଲା। ଅମ୍ପାୟାର ଶୁଭମନଙ୍କୁ ଆଉଟ୍ ଇଶାରା କରିଥିଲେ। ତେବେ ସେ ଅମ୍ପାୟାରଙ୍କ ନିଷ୍ପତ୍ତି ନ ଶୁଣି କ୍ରିଜରେ ଛିଡା ହୋଇରହିଥିଲେ। ପରେ ଅମ୍ପାୟାରଙ୍କ ନିକଟକୁ ଯାଇ ତାଙ୍କୁ ଗାଳିଗୁଲଜ କରିବାରୁ ସେ ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିଥିଲେ। ହେଲେ ପ୍ରତିପକ୍ଷ ଏଥିରେ ଅସନ୍ତୋଷ ପ୍ରକାଶ କରି ପଡିଆ ଛାଡିଥିଲେ। ତେବେ ପରେ ଖେଳ ପୁଣି ଆରମ୍ଭ ହୋଇଥିଲା।

{"id":206301,"width":575,"height":322,"sizeSlug":"large"}

ଶୁକ୍ରବାର ମୋହାଲି ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ପଞ୍ଜାବ ଓ ଦିଲ୍ଲୀ ମଧ୍ୟରେ ରଣଜୀ ମୁକାବିଲାରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତେବେ ଅମ୍ପାୟାର ନିଷ୍ପତ୍ତି ବଦଳାଇବା ପରେ ଶୁଭମନ ବେଶି ସମୟ କ୍ରିଜରେ ରହି ପାରିନଥିଲେ। ସେ ୨୩ ରନ କରି କ୍ୟାଚ୍ ହୋଇଥିଲେ।  ଭାରତ-ଏ ଟିମ୍‌ କ୍ୟାପ୍ଟେନ ଶୁଭମନ ବ୍ୟକ୍ତିଗତ ସ୍କୋର ୧୦ ଥିବା ବେଳେ ସୁବୋଧ ଭାଟୀଙ୍କ ବଲର୍ କଟ୍ ହୋଇଥିଲେ। ହେଲେ ସେ ଆଉଟ୍ କୁ ସ୍ୱୀକାର କରିନଥିଲେ।

{"id":206302,"sizeSlug":"large"}

ତେବେ ଅମ୍ପାୟାର ତାଙ୍କ ନିଷ୍ପତ୍ତି ବଦଳାଇବା ଯୋଗୁ ଦିଲ୍ଲୀ ଟିମ୍ ୱାକ୍‌ ଆଉଟ୍ କରିଥିଲା। ତେବେ ମ୍ୟାଚ୍ ରେଫ୍ରି ପି. ରଙ୍ଗନାଥ ମାମଲାରେ ହସ୍ତକ୍ଷେପ କରିବା ପରେ ପୁଣି ଖେଳ ଆରମ୍ଭ ହୋଇଥିବା ବେଳେ ୪୩ ବଲରୁ ୨୩ ରନ କରି ଖେଳୁଥିବା ବେଳେ ସିମରଜିତ୍ ସିଂଙ୍କ ବଲରେ  ଶୁଭମନ ବୋଲ୍ଡ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.