ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ, ମାର୍ଚ୍ଚ ୨୯ରୁ ଯାତ୍ରା

Published By : Prameya-News7 Bureau | March 12, 2019 IST

ବ୍ରହ୍ମପୁର୧୨|୩(ସୁରଜିତ ପଣ୍ଡା): ବ୍ରହ୍ମପୁରର ପ୍ରସିଦ୍ଧ  ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ସୋମବାର ବିଳମ୍ବିତ ରାତିରେ  ସ୍ଥାପନ ହୋଇଛି ଶୁଭ ଖୁଣ୍ଟି ।  ପରମ୍ପରା ଅନୁଯାୟୀ ଦେଶୀ ବେହେରାଙ୍କ ଘର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ମାଆ ବୁଢୀ ଠାକୁରାଣୀଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ମାଆଙ୍କ ଆଜ୍ଞାମାଳ ପରେ ନିକଟରେ ଯାତ୍ରା ସ୍ଥଳ ନିକଟରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି ।

{"id":93000,"width":590,"height":473}

ମାର୍ଚ୍ଚ ମାସ ୨୯ରୁ ଆରମ୍ଭ ହେବ ଯାତ୍ରା ।  ୩୨ ଦିନ ଅର୍ଥାତ ଏପ୍ରିଲ ୨୯ ଯାଏଁ ଚାଲିବ ଯାତ୍ରା । ପରମ୍ପରା ଅନୁସାରେ ପୁରୁଣା ବ୍ରହ୍ମପୁର ବାଉରି ସାହିରୁ ସାତ ଗଣ୍ଠି ବିଶିଷ୍ଟ କେନା ବାଉଁଶକୁ ଆଣି ପୃଷ୍ଟି ସଂପ୍ରଦାୟ ଘରେ ରଖିଥାନ୍ତି । ଦେଶୀ ବେହେରାଙ୍କ ନିମନ୍ତ୍ରଣ ପରେ ବାଉଁଶକୁ ହଳଦୀ ଚନ୍ଦନ ସହ ପୂଜାର୍ଚ୍ଚନା କରାଯାଏ ।  ପରେ ବାଉଁଶକୁ ଦେଶୀ ବେହେରାଙ୍କ ଘରକୁ ଅଣାଯାଇଥାଏ । ପରେ ମାଆଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି ବାଉଁଶକୁ ଆଣି ଯାତ୍ରା ସ୍ଥଳରେ ସ୍ଥାପନ କରାଯାଏ ।   

{"id":93001,"width":590,"height":473}

ଶୁଭ ଖୁଣ୍ଟି ସ୍ଥାପନ ଏବଂ ଯାତ୍ରା ତାରିଖ ଘୋଷୋଣା ପରେ ରେଶମ ସହରରେ ଆନନ୍ଦର ଲହରୀ ଖେଳି ଯାଇଛି । ସମସ୍ତଙ୍କ ଅପେକ୍ଷା ମାଙ୍କ ଆସିବାକୁ । ରାଜ୍ୟ ବାହାରୁ ଛୁଟି ଆସିବେ ଶ୍ରଦ୍ଧାଳୁ । ପୁରା ଦୁଲୁକିବ ବ୍ରହ୍ମପୁର ।

{"id":93002,"width":592,"height":475}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.