ବାଲିଆପାଳର ଚୌମୁଖ ଠାରେ ସୁବର୍ଣ୍ଣରେଖାରେ ହେବ ବନ୍ଦର , ଅକ୍ଟୋବରରୁ ଆରମ୍ଭ

Published By : Prameya-News7 Bureau | September 27, 2018 IST

ବାଲେଶ୍ବର୨୭|୯: ସୁବର୍ଣ୍ଣରେଖାରେ ହେବ ନୂଆ ବନ୍ଦର । ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକର ଚୌମୁଖ ଠାରେ ହେବାକୁ ଥିବା ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର କାମ ଆସନ୍ତା ଅକ୍ଟୋବରରୁ ଆରମ୍ଭ ହେବ ।  ରାଜ୍ୟ ସରକାରଙ୍କ ସହ କ୍ରିଏଟିଭ୍‌ ପୋର୍ଟ କରିଥିବା ଚୁକ୍ତି ଅନୁସାରେ ଏଠାରେ ବନ୍ଦର ନିର୍ମାଣ ନେଇ ନିଷ୍ପତ୍ତି ହୋଇଛି । ପୂର୍ବରୁ  ଏକ ବୈଷୟିକ କମିଟି ସଂପୃକ୍ତ ଅଂଚଳ ଗସ୍ତ କରି ବନ୍ଦର ନିର୍ମାଣ ସପକ୍ଷରେ ପ୍ରସ୍ତାବ ଦେଇଥିଲେ । ଏଥି ପାଇଁ ଜମି ଅଧିଗ୍ରହଣ କରାଯାଇଥିଲା । ତେବେ ୨୦୦୯ ମସିହାରେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ବିରୋଧର ସ୍ବର ମଧ୍ୟ ଉଠିଥିଲା । ତେବେ ପୋର୍ଟ ପ୍ରତିଷ୍ଠା ନେଇ  ଜମି ଅଧିଗ୍ରହଣ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ସମାଧାନର ବାଟ ବାହାର କରାଯାଇଥିଲା । ୯୬୨ଏକର ଜମିରେ ହେବ ଏହି ବନ୍ଦର । ଏଥି ପାଇଁ ୪ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୦୯ରେ ଭୋଗରାଇ ଗସ୍ତ ବେଳେ ଏକ ସାଧାରଣ ସଭାରେ ଭୋଗରାଇର କୀର୍ତ୍ତନିଆରେ ଏକ ବନ୍ଦର ପ୍ରତିଷ୍ଠା ହେବ ବୋଲି  ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ତେବେ ଏବେ ସେଇ ପ୍ରସ୍ତାବିତ ବନ୍ଦରକୁ ଏବେ କୀର୍ତ୍ତନିଆ ପରିବର୍ତେ ବାଲିଆପାଳର ଚୌମୁଖରେ କରିବାକୁ ନିଷ୍ପତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.