ପରିବହନ ବିଭାଗ ପକ୍ଷରୁ ଗାଡି ଯାଞ୍ଚ କଡାକଡି : ୯୭,୫୦୦ ଟଙ୍କା ଜରିମନା ଆଦାୟ
22/12/2020 at 5:00 PM

ସୁବର୍ଣ୍ଣପୁର ୨୨।୧୨: ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଗାଡି ଯାଞ୍ଚ କଡା କଡି କରାଯାଇଛି । ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ମଟର ଯାନ ଆଇନ ଉଲଂଘନ କରିଥିବା ୪ ଟି ଗାଡି ଜବତ କରାଯାଇଥିଲା । ଏହାସହ ୯୭,୫୦୦ ଟଙ୍କା ଜରିମନା ଆଦାୟ ମଧ୍ୟ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ସୋନପୁର-ସମ୍ବଲପୁର ମୁଖ୍ୟ ରାସ୍ତା ଆଇଟିଆଇ କଲେଜ ନିକଟରେ ପରିବହନ ବିଭାଗ ତରଫରୁ ଯାଞ୍ଚ କରାଯାଇଥିଲା । ଏହାସହ ଜରିମନା ଆଦାୟ କରାଯାଇଥିଲା । ଆରଟିଓଙ୍କ ଉପସ୍ଥିତିରେ ଏହି ଯାଞ୍ଚ କରାଯାଇଥିଲା ।
ବିଶେଷକରି ମଦ୍ୟପାନ କରି ଗାଡି ଚଲାଉଥିବା ବେଳେ ୪ଟି ଚାରି ଚକିଆ ଗାଡି ଜବତ କରିବା ସହ ଅନ୍ୟାନ୍ୟ ଯାନବାହାନ ଯାଞ୍ଚ କରାଯାଇ ୯୭,୫୦୦ ଟଙ୍କା ଜରିମନା ଆଦାୟ କରାଯାଇଛି । ଏହି ଯାଞ୍ଚ ଆଗକୁ ଜାରି ରହିବ ବୋଲି ଜିଲ୍ଲା ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।
Related Posts
ଜଙ୍ଗଲରେ ନିଆଁ, ଜଳିଗଲା ୧୫ ଶହରୁ ଅଧିକ ଗଛ
19 January 2021
ଉତ୍ତର ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ: ଧର୍ମେନ୍ଦ୍ର ପ୍ରଧାନ
19 January 2021
ଉଦଳା: ବାଇକ୍ ଡିକି ଭାଙ୍ଗି୨ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା
19 January 2021