କରୋନା ମୁକ୍ତ ହେଲା ସୁବର୍ଣ୍ଣପୁର ଜିଲ୍ଲା, ସୁସ୍ଥ ହେଲେ ସମସ୍ତ ଆକ୍ରାନ୍ତ

Published By : Prameya-News7 Bureau | June 14, 2020 IST

ସୁବର୍ଣ୍ଣପୁର ୧୪।୬: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖା ବଢି ବଢି ଚାଲିଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । କରୋନା ମୁକ୍ତ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଜିଲ୍ଲାପାଳ ମୋନୀଷା ବାନାର୍ଜୀ ।

wp:html /wp:html

ଆଇଟିଆଇ ସ୍ଥିତ ଜିଲ୍ଲା ଅସ୍ଥାୟୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପୂର୍ବରୁ ୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏବେ ୧୩ ଜଣ ସୁସ୍ଥ ହୋଇଛନ୍ତି । ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି । ଜିଲ୍ଲାର ସମସ୍ତ ୨୯ ସଂକ୍ରମିତ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବାରୁ କୋଭିଡ୍ ହସ୍ପିଟାଲର ୨୦୦ ଶଯ୍ୟା ଏବେ ଖାଲି ପଡିଛି ।

{"id":286051,"sizeSlug":"large"}

ଏହି ଜିଲ୍ଲାରେ ମେ’ ୨୬ ତାରିଖରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଡୁଙ୍ଗୁରିପାଲି ବ୍ଲକ୍ ଗଜବନ୍ଧରେ ୨୬ ବର୍ଷୀୟ ଯୁବକଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଆସିଥିଲା । ଗୋଟିଏ ଦିନ ପରେ ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହାର ଏକ ସପ୍ତାହ ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୯ରେ ପହଞ୍ଚିଥିଲା । ଆକ୍ରାନ୍ତଙ୍କ ମଧ୍ୟରେ ପ୍ରବାସୀ ଶ୍ରମିକଙ୍କ ସହିତ ଡାକ୍ତର, ଅଙ୍ଗନଓ୍ବାଡୀ କର୍ମୀ ଓ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ ବି ଥିଲେ । ଯାହାକି ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ତେବେ ସମସ୍ତ ଆକ୍ରାନ୍ତ ଜିଲ୍ଲା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହେବା ଖୁସି ଖବର ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଦିଲୀପ କୁମାର ପଣ୍ଡା ।

{"id":286044,"sizeSlug":"large"}

ଜିଲ୍ଲା କରୋନା ମୁକ୍ତ ହୋଇ ଥିବାରୁ କୋଭିଡ୍ ହସ୍ପିଟାଲର ପ୍ରାଧିକୃତ ଅଧିକାରୀ, ପ୍ରଶାସନିକ ଅଧିକାରୀ, ବିଶେଷଜ୍ଞ, ସ୍ବାସ୍ଥ୍ୟ ବିଭାଗର ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟମାନଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଛି । ଏବେ ଜିଲ୍ଲାବାସୀ ଭୟଭୀତ ନ ହୋଇ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.