ବିଜେପୁର ଉପନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ ହେବେ ସୁବାସ ଚୌହାନ !
12/06/2019 at 10:50 AM

ବରଗଡ ୧୨|୬: ବିଜେପୁର ଆସନରୁ ନବୀନ ଇସ୍ତଫା ଦେବା ପରେ, ବିଜେଡିରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଚାଲିଛି ଅଙ୍କକଷା । ଏହି ଦୌଡ଼ରେ ସାମିଲ ଅଛନ୍ତି ନିର୍ବାଚନ ପୂର୍ବରୁ ପଦ୍ମ ପୋଖରୀରୁ ବିଜୁ ଜନତା ଦଳକୁ ଲମ୍ଫ ଦେଇଥିବା ସୁବାସ ଚୌହାନ । ବଜରଙ୍ଗ ଦଳ ଓ ବିଜେପିର ପୂର୍ବତନ ଜଣାଶୁଣା ଚେହେରା ସୁବାସ, ୨୦୧୪ରେ ବରଗଡ଼ ଲୋକସଭା ଆସନରୁ ବିଜେପି ଟିକେଟରେ ଲଢି ପରାଜିତ ହୋଇଥିଲେ । ତେବେ, ବିଜେପୁରରୁ ସେ ଏଥର ବିଜେଡି ଟିକେଟ୍ ଆଶାୟୀ କି ବୋଲି ପ୍ରଶ୍ନକୁ, ସେ ଦଳର ନିଷ୍ପତ୍ତି ହିଁ ଚୂଡ଼ାନ୍ତ ବୋଲି ପ୍ରତିକ୍ରୟାରେ କହିଛନ୍ତି ।
Related Posts
ଭଦ୍ରକ: ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ
18 January 2021
ବ୍ରହ୍ମପୁର: ଠକେଇ ଅଭିଯୋଗରେ ଯୁବକ ଗିରଫ
18 January 2021