Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ବିଜେପି ସହ ୩୦ ବର୍ଷର ସଂପର୍କ ତୁଟାଇଲେ ସୁବାସ ଚୌହ୍ବାନ, ଆଖିରେ ଆସିଗଲା ଲୁହ: ଦଳ କହିଲା ସବୁ ସ୍ବାର୍ଥପର

26/03/2019 at 6:30 PM

ଭୁବନେଶ୍ବର୨୬|୩: ଟିକେଟ ମିଳିବାକୁ ନେଇ ଅସନ୍ତୋଷର ନିଆଁ ବିଜେପିରେ ବି ହୁହୁ ହେଇ ଜଳୁଛି । ଗତକାଲି ପୁରୁଣା ନେତା ରାଜକିଶୋର ଦାଶ ବିଜେଡିରେ ମିଶିଥିବା ବେଳେ ଆଜି ପୁଣି ଅନୁରୂପ ମୁଭ ଦେଖିବାକୁ ମିଳିଛି। ବରଗଡ ଏମପି ଟିକେଟ ଆଶାୟୀ ଥିବା ସୁବାସ ଚୌହାନଙ୍କୁ ରାଜ୍ୟ ଉପସଭାପତି ପଦ କି ଏମଏଲଏ ଲଢିବା ଅଫର ସନ୍ତୁଷ୍ଟ କରି ପାରିନି । ନିଜର ଅସନ୍ତୋଷ ପ୍ରକାଶ କରି ଦଳ ଛାଡିଛନ୍ତି ସୁବାସ । ଦଳର ଯୁକ୍ତି ନିଜ ସ୍ବାର୍ଥ ପାଇଁ ଦଳ ଛାଡୁଛନ୍ତି ଏମିତି ନେତା ।ଏହାର ପ୍ରଭାବ କିଛି ପଡିବନି ।

ଆଖି ଲୁହରେ ଭାସିଲା ୩୦ ବର୍ଷର ସଂପର୍କ । ଯେଉଁ ସଂଗଠନକୁ ଝାଳ ବୁହାଇ ଗଢ଼ିଥିଲେ ଆଜି ତାକୁ ବିଦାୟ ଦେଲେ ସୁବାସ ଚୌହାନ।  ବିଜେପିରୁ ଆଜି  ବରିଷ୍ଠ ନେତା  ସୁବାସ ଚୌହାନ ଇସ୍ତଫା ଦେବା ପରେ ନିଜ ମନର କୋହ ସମ୍ଭାଲି ପାରି ନଥିଲା ।ତାଙ୍କ ଆଖିରୁ ଲୁହ ବୋହିଥିଲା  ୨୦୧୪ରେ ବରଗଡରୁ  ଲୋକସଭା ପ୍ରାର୍ଥୀ ହୋଇ ୩.୭୨ଲକ୍ଷ ଭୋଟ୍ ପାଇଥିଲେ ସୁବାସ ଏଥର ଟିକେଟ ଆଶାୟୀ ଥିଲେ । ହେଲେ ଦଳ ତାଙ୍କୁ ପ୍ରାର୍ଥୀ କରି ନଥିଲା ।

ସେ ତାଙ୍କ ଅସନ୍ତୋଷ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ। ଆଉ ଆଜି ଇସ୍ତଫା ପତ୍ର ସହ ଖୋଲିଛନ୍ତି ଗୁମର। ଦଳ କୁଆଡେ ଜଣେ ଲୋକଙ୍କ ଜାଗିର ହୋଇଛି । ସଂଘ ବି ସେମାନଙ୍କୁ ଘଣ୍ଟ ଘୋଡ଼ାଉଛି ବୋଲି ଦର୍ଶାଇଛନ୍ତି। । ସୁବାସଙ୍କ ସହିତ ଭୁବନେଶ୍ବର ଜୟଦେବର କିଛି ନେତା କର୍ମୀ ମଧ୍ୟ ଆଜି ପାର୍ଟି କାର୍ଯ୍ୟାଳୟରେ ଅସନ୍ତୋଷ ବଖାଣିଛନ୍ତି।  ସେପଟେ ବିଜେପି ନେତାଙ୍କ ଉତ୍ତର ଏମାନେ ଦଳ ଆଗରେ ନିଜ ସ୍ବାର୍ଥକୁ ପ୍ରାଧାନ୍ୟ ଦେଇଛନ୍ତି। 

ପ୍ରାର୍ଥୀ ତାଲିକା ଘୋଷଣାରେ ଅନ୍ୟ ଦଳଙ୍କ ଠୁ ଆଗରେ ଥିବା ବିଜେପି ଏକ ପ୍ରକାର ପ୍ରଚାର ଅଭିଯାନ ଆରମ୍ଭ କରିସାରିଲାଣି ।  ରାଜ୍ୟରେ ସରକାର ଗଢିବାକୁ ସଙ୍କଳ୍ପ ସମାବେଶ କରୁଛି ଦଳ । ଯାଜପୁରରେ କେନ୍ଦ୍ରମନ୍ତ୍ରୀ ରାଜକୁମାର ସିଂହ ଓ ନିମାପଡାର ବଲଙ୍ଗାରେ  ବରିଷ୍ଠ ନେତା ଶିବ ରାଜ ସିଂହ ଚୌହାନ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇଛନ୍ତି । ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଆଣିବାକୁ କର୍ମୀଙ୍କୁ ସଙ୍କଳ୍ପ  କରାଇଛନ୍ତି । 

ଗୋଟେ ପଟେ ସରକାର ଗଢିବାକୁ ସଙ୍କଳ୍ପ ଚାଲିଛି ଆଉ ଏପରେ ଦଳରେ ଅସନ୍ତୋଷ ଦେଖିବାକୁ ମିଳୁଛି । ତେବେ ବିଜେପି ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ଏକ ବଡ ଚ୍ୟାଲେଞ୍ଜ ହୋଇଛି ।

   Related Posts