Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ପଦ୍ମ ଛାଡିଥିବା ସୁବାସ ଚୌହାନ ଧରିଲେ ଶଙ୍ଖ

27/03/2019 at 12:53 PM

ଭୁବନେଶ୍ବର ୨୭|୩ : ବିଜେଡିରେ ମିଶିଲେ ବରିଷ୍ଠ ନେତା ସୁବାସ ଚୌହାନ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗଦେଇଛନ୍ତି । ସେ ନିଜ ସମର୍ଥକଙ୍କ ସହ ନବୀନ ନିବାସରେ ପହଞ୍ଚିଥିଲେ । ବିଜେପିରୁ ଇସ୍ତଫା ଦେବା ପରେ ସୁବାସ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା । ତେବେ ସେ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇଛନ୍ତି ।

ଗତକାଲି ବିଜେପିରୁ ଇସ୍ତଫା ଦେଇଥିଲେ ସୁବାସ ଚୌହାନ । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ଦେଇଥିଲେ । ବରଗଡ ଲୋକସଭା ଆସନରୁ ସୁବାସ ଚୌହାନ ଆଶାୟୀ ଥିଲେ । ତେବେ ବିଜେପି ତାଙ୍କୁ ଟିକେଟ୍ ନଦେଇ ସେଠାରେ ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଛି । ଏଥିରେ ଅସନ୍ତୁଷ୍ଟ ହୋଇ ସେ ଦଳ ଛାଡିଥିଲେ । ତେବେ ଆସି ସେ ବିଜେଡିରେ ଯୋଗଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବରଗଡ ଲୋକସଭା ଟିକେଟ୍ କଟିବା ପରେ ତାଙ୍କୁ ବିଜେପୁର ବିଧାନସଭା ଆସନରୁ ପ୍ରାର୍ଥୀ ହେବା ବିଜେପି ପ୍ରସ୍ତାବ ଦେଇଥିଲା । ତେବେ ସୁବାସ ତାକୁ ପ୍ରତ୍ୟାଖ୍ୟାନ କରିଥିଲେ ।  ଗତ ୨୦୧୪ ସାଧାରଣ ନିର୍ବାଚନରେ ସୁବାସ ଚୌହାନ ବରଗଡ ଲୋକସଭାରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ତେବେ ବିଜେଡିର ପ୍ରାର୍ଥୀ ପ୍ରଭାସ ସିଂହଙ୍କ ଠାରୁ ସେ ଅତି କମ୍ ଭୋଟ୍ ରେ ପରାସ୍ତ ହୋଇଥିଲେ । ବିଶ୍ବହିନ୍ଦୁ ପରିଷଦ ସହିତ ଦୀର୍ଘଦିନରୁ ଜଡିତ ସୁବାସ ଚୌହାନ ଯଦି ବିଜେପି ଛାଡନ୍ତି ତାହାଲେ ଦଳ ପାଇଁ ଏହା କ୍ଷତିକାରକ ସାବ୍ୟସ୍ତ ହେବ ।

ମୟୁରଭଞ୍ଜ ଜିଲ୍ଲା ମୋରଡା ଆସନରୁ ବିଜେପି ଟିକେଟ୍ ପାଇଁ ଆଶାୟୀ ଥିବା ରାଜକିଶୋର ଦାସ ଟିକେଟ୍ ନପାଇବା ପରେ ଦଳ ଛାଡି ବିଜେଡିରେ ଯୋଗଦେଇଛନ୍ତି । ରାଜକିଶୋର ଦାସ ମଧ୍ୟ ବିଜେପି ଜଣେ ପୁରୁଣା ଓ ପୁରୁଖା ନେତା ଥିଲେ । ରାଜକିଶୋରଙ୍କ ପରେ ସମାନ ରାସ୍ତାରେ ସୁବାସ ଚୌହାନ ଯାଉଥିବା କୁହାଯାଉଛି । ଟିକେଟ୍ କଟିଥିବା ଯୋଗୁଁ ଅସନ୍ତୁଷ୍ଟ ଥିବା ସୁବାସ ଚୌହାନଙ୍କୁ ମନାଇବା ପାଇଁ ଦୁଇ ଦିନ ତଳେ ତାଙ୍କୁ ରାଜ୍ୟ ଉପସଭାପତି ଭାବେ ବିଜେପି ନିଯୁକ୍ତ କରିଥିଲା ।

ଏପରିକି ବିଜେପିର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ମଧ୍ୟ ସୁବାସଙ୍କ ନାଁ ରହିଥିଲା । କିନ୍ତୁ ଏସବୁ ସୁବାସଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ଟିକେଟ୍ ନମିଳିବା ଫଳରେ ସୁବାସ ଚୌହାନ ସୋସିଆଲ ମିଡିଆରେ ଦଳୀୟ ନେତୃତ୍ବ ଉପରେ ପ୍ରବଳ ବର୍ଷିବା ସହ ବିଜେପି ତା ମୂଳ ଲକ୍ଷ୍ୟରୁ ବିଚ୍ୟୁତ ହେଉଛି ବୋଲି କହିଥିଲେ । ତେବେ ଆଜି ସେ ବିଜେଡିରେ ଯୋଗଦେଇଛନ୍ତି । କିନ୍ତୁ କେଉଁଠୁ ପ୍ରାର୍ଥୀ ହେବେ ସେ ସଂପର୍କରେ କିଛି ସ୍ପଷ୍ଟ ହୋଇନାହିଁ ।

   Related Posts