ସୁବାସ ଚୌହାନ ହେଲେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ

Published By : Prameya-News7 Bureau | September 18, 2019 IST


ଭୁବନେଶ୍ୱର - ସୁବାସ ଚୌହାନଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ସାଧାରଣ ନିର୍ବାଚନ ସମୟରେ ସୁବାସ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ । ଟିକେଟ ନମିଳିବାରୁ ସେ ବିଜେଡିରେ ଯୋଗ ଦେଇଥିଲେ ।ବିଶ୍ୱ ହିନ୍ଦୁ ପରିଷଦର ସକ୍ରିୟ ସଦସ୍ୟ ଭାବେ ସୁବାସ ବେଶ୍‌ ଜଣାଶୁଣା ଥିଲେ।


ସେହିପରି ବିଜେପୁର କମିଟି ଗଠନ କରାଯାଇଛି । ଏଥିରେ ୪ ଜଣ ସଦସ୍ୟ ଅଛନ୍ତି । ନିରଞ୍ଜନ ପୂଜାରୀ , ସୁଶାନ୍ତ ସିଂ କଳିକେଶ ନାରାୟଣ ସିଂ ଦେଓ ଓ ସଞ୍ଜୟ ଦାସବର୍ମା ଏହି କମିଟର ସଦସ୍ୟ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.