ଜନବସତି ମୁହାଁ ଗଜରାଜ – ହଜିଲାଣି ଲୋକଙ୍କ ନିଦ, ବନ ବିଭାଗର କାର୍ଯ୍ୟାନୁଷ୍ଠାନ ଶୂନ୍

Published By : Prameya-News7 Bureau | November 05, 2019 IST

 ସୁବର୍ଣ୍ଣପୁର ୦୫।୧୧- ସୁବର୍ଣ୍ଣପୁରରେ ହାତୀ ଉପଦ୍ରବ । ଗତ କିଛି ଦିନ ହେଲା ଜନ ବସତିମୁହାଁ ହେ।ଇଛନ୍ତି ୨୭ଟି ହାତୀ ପଲ । ଏକର ଏକର ଧାନ ଫସଲକୁ ଦଳିଚକଟି ନଷ୍ଟ କରିବା ସହ ଲେ।କଙ୍କୁ ଆକ୍ରମଣ କରୁଛନ୍ତି । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଉଲୁଣ୍ଡା ଅଞ୍ଚଳର ଲେ।କ ।

{"id":179632,"width":590,"height":332}

ସୁବର୍ଣ୍ଣପୁରରେ ହାତୀ ଆତଙ୍କ । ଲେ।କଙ୍କ ନିଦ ହଜାଇଦେଲେଣି ୨୭ଟିକିଆ ହାତୀ ପଲ । ସଞ୍ଜ ନଉଁ ନଉଁ ଆରମ୍ଭ କରୁଛନ୍ତି ଉପଦ୍ରବ । ଧାନ ବିଲରେ ପଶି ଦଳିଚକଟି ଫସଲ ନଷ୍ଟ କରୁଛନ୍ତି । ଯେତିକି ଖାଉଛନ୍ତି, ସେତିକି ନଷ୍ଟ କୁଦୁଛନ୍ତି । ଏପଟେ ଅମଳ ପୂର୍ବରୁ କ୍ଷେତର ଅବସ୍ଥା ଦେଖି ଚାଷୀ ମୁଣ୍ଡରେ ଚଡକ । ହାତୀଙ୍କୁ ଯେତେ ଘଉଡାଇଲେ ବି ଇଞ୍ଚେ ବି ଘୁଞ୍ଚୁ ନାହାନ୍ତି । ହାତୀଙ୍କ ଉପଦ୍ରବ ଯେ।ଗୁଁ ଉଲୁଣ୍ଡା ଅଞ୍ଚଳର ନାକଡେଇଁ, ଖାମାଲୋଏ, ପିପଲକଟା, ପୁଟୁରୁପାଲି ଏବଂ ମେଘନାଦ ଗାଁରେ ବ୍ୟାପକ ଧାନ ଫସଲ ନଷ୍ଟ ହେ।ଇଛି ।

{"id":179633}

ହାତୀ ଘଉଡାଇବାକୁ ପ୍ରୟାସ ଚଳାଇଛନ୍ତି ଅଞ୍ଚଳବାସୀ । ରାତି ରାତି ଗଛ ଉପରେ ମଞ୍ଚା ବାନ୍ଧି ଜଗି ରହୁଛନ୍ତି । କିନ୍ତୁ ହାତୀ ଘଉଡାଇବାକୁ ଯାଇ ୩ଜଣ ଆହତ ହେ।ଇଛନ୍ତି । ଚାଷୀ ଦହଗଞ୍ଜ ହେଉଥିବା ବେଳେ ବନ ବିଭାଗର କାର୍ଯ୍ୟାନୁଷ୍ଠାନ କିନ୍ତୁ ଶୂନ୍ । ହାତୀ ମୁକାବିଲା ପାଇଁ ଚାଷୀ କଲବଲ ହେଉଥିବା ବେଳେ ବନ ବିଭାଗ ଅଧିକାରୀ କହୁଛନ୍ତି କ୍ଷୟକ୍ଷତି ଆକଳନ କରି କ୍ଷତିପୁରଣ ଦିଆଯିବ ।

{"id":179634}

ଦ୍ରୂତ ଜଙ୍ଗଲକ୍ଷୟ ଯେ।ଗୁଁ ଜନବସତି ମୁହାଁ ହେଉଛନ୍ତି ଗଜରାଜ । ତେଣୁ ଏଠି କେବଳ ସାଧାରଣ ଲେ।କ ନୁହନ୍ତି, ହାତୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ଜରୁରୀ ହେ।ଇପଡିଛି ।

{"id":179635,"width":585,"height":329}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.