ସୁବର୍ଣ୍ଣପୁର ସବୁଠାରୁ ଥଣ୍ଡା ସହର : ଲଗାତର ତୃତୀୟ ଦିନ ଶୀତର ଲହରୀ ଜାରି

Published By : Prameya-News7 Bureau | December 30, 2019 IST

ସୁବର୍ଣ୍ଣପୁର ୩୦/୧୨: ସୁବର୍ଣ୍ଣପୁର ଜିଲ୍ଲାରେ ଶୀତର ଲହରୀ ଜାରି ରହିଛି । ଗତ ଦୁଇ ଦିନ ହେଲେ ସୁବର୍ଣ୍ଣପୁର ଜିଲ୍ଲା ସାର ରାଜ୍ୟାର ସବୁଠାରୁ ଥଣ୍ଡା ଅଞ୍ଚଳଭାବେ ରେକର୍ଡ କରାଯାଇଛି । ଆଜି ମଧ୍ୟ ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଜାରିରହିଛି । ତାପମାତ୍ରା ୪ଡିଗ୍ରୀ ତଳକୁ ଖସି ଆସିଛି ।

{"id":204406,"sizeSlug":"large"}

ସକାଳରେ ଲୋକେ ନିଆଁ ପୁଇଁବା ସାଙ୍ଗକୁ ବ୍ୟାୟାମ କରୁଛନ୍ତି । ଚା ଦୋକାନରେ ମଧ୍ୟ ସକାଳୁ ସକାଳୁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଜିଲ୍ଲାର ଘନ କୁହୁଡି ରହୁଥିବାରୁ ଦିନ ୧୦ଟା ପର୍ଯ୍ୟନ୍ତ ପାଦକୁ ବାହାରି ହେଉନାହିଁ । ଶୀତ ବସ୍ତ୍ର ପରିଧାନ କଲେ ମଧ୍ୟ ଶୀତରୁ ନିସ୍ତାର ମିଳୁନାହିଁ । ସନ୍ଧ୍ୟାରୁ ଦୋକାନ ବଜାର ରାସ୍ତାଘାଟ ଶୂନଶାନ ହୋଇଯାଉଛି । ଶ୍ରମିକ ମାନେ ନିଜ ନିଜ କାମକୁ ମଧ୍ୟ ଯାଇପାରୁନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.