Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ରାସ୍ତା କଡରେ ଠିଆ ହୋଇଥିଲେ, ମାଡିଗଲା ଟ୍ରକ୍, ୩ ମୃତ

6/06/2021 at 7:54 AM

ବିନିକା, ୦୬/୦୬:   ରାସ୍ତା କଡରେ ଠିଆ ହୋଇଥିଲେ, ମାଡି ଆସିଲା ମୃତ୍ୟୁ । ହାଇୱା ଗାଡି ଧକ୍କାରେ ତିନି ମୃତ, ଜଣେ ଗୁରୁତର I ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅରିଗାଁରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା l

ସୂଚନା ଅନୁସାରେ, ଗୋଡ଼ଭଗାରୁ ଦ୍ରୁତ ଗତିରେ ଆସୁଥିବା ହାଇଓ୍ୱା ଗାଡି ମୁଖ୍ୟ ରାସ୍ତା କଡରେ ଦୁଇଟି ବାଇକ ଧରି ଛିଡା ହୋଇଥିବା ଚାରିଜଣଙ୍କୁ ଧକ୍କା ଦେଇଥିଲା l ଏଥିରେ ଘଟଣା ସ୍ଥଳରେ ତିନିଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି l ଦୁଇଟି ବାଇକରେ ୪ଜଣ ବରଗଡ଼ ବଇପୂର ଗାଁରୁ ବିନିକା ବଲାରଙ୍ଗା ଗାଁକୁ ଝିଅ ଦେଖି ଆସୁଥିଲେ l ଅରିଗାଁ ଛକ ଠାରେ ଏକ ନଳକୂପ ଦେଖି ବୋତଲରେ ପାଣି ଭର୍ତ୍ତି କରିବା ପାଇଁ ଅଟକିଥିଲେ l ଜଣେ ଯୁବକ ନଳକୂପ ପାଖକୁ ପାଣି ନେଇ ଯାଇଥିବା ସମୟରେ ଅନ୍ୟ ୩ଜଣ ଯୁବକ ରାସ୍ତା ଉପରେ ଛିଡା ହୋଇଥିଲେ l ଏହି ସମୟରେ ଟ୍ରକ୍ ୩ଜଣଙ୍କୁ ଧକ୍କା ଦେଇଥିଲା ।

ଦୁର୍ଘଟଣାରେ ମୃତ ୩ ଯୁବକ ବଇପୂର ଗାଁର ହେଇଥିବା ବେଳେ ଗୁରୁତର ଆହତ ଯୁବକଙ୍କ ଘର ବରଗଡ଼ ଜିଲ୍ଲା ରୂପାପାଲି ଗାଁରେ । ଗୁରୁତର ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି l ହାଇୱା ଗାଡିର ଡ୍ରାଇଭର ଖସି ଯାଉଥିବା ବେଳେ ଗ୍ରାମବାସୀ ତାକୁ କାବୁ କରିଥିଲେ l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଛି l

   Related Posts