ଭିଜିଲାନ୍ସ ଜାଲରେ ସବ୍‌ ରେଜିଷ୍ଟ୍ରାର, ୨ ଲକ୍ଷ ଟଙ୍କା ଜବତ

Published By : Prameya-News7 Bureau | January 01, 2021 IST

ବାଲେଶ୍ବର୧/୧: ବାଲେଶ୍ବର ଭିଜିଲାନ୍ସ କବଜାରେ ବାଲେଶ୍ଵର ଉପ ନିବନ୍ଧକ ବା ସବ୍ ରେଜିଷ୍ଟାର ରଞ୍ଜନ କୁମାର ଦାସ । ବାଲେଶ୍ବରରୁ ପୁରୀ ଅଭିମୁଖେ ଯିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଏଥିସହ ତାଙ୍କଠାରୁ ବାଲେଶ୍ବର ଭିଜିଲାନ୍ସ ୨ ଲକ୍ଷ ୨୩ ହଜାର ୫୮୦ ଟଙ୍କା ଜବତ କରିଛି। ମିଳିଥିବା ସୂଚନା ମୁତାବକ, ନିଜ ଗାଡିରେ ରଞ୍ଜନ କୁମାର ଦାସ ପୁରୀ ଯାଉଥିଲେ। ଏହି ସମୟରେ ଭିଜିଲାନ୍ସ ହାତରେ ଧରା ପଡିଥିଲେ। ଏତେ ଟଙ୍କା କୁଆଡ଼େ ଯାଉଛି ? କଣ ହେବ ? ଏମିତି ଅନେକ ପ୍ରଶ୍ନ ତାଙ୍କୁ ଭିଜିଲାନ୍ସ ଅଧିକାରୀ ପଚାରିଥିଲେ। ସେ ମଧ୍ୟ ଉତ୍ତର ଦେଇଥିଲେ। ଏହି ପ୍ରଶ୍ନର ଉତ୍ତରରେ ଭିଜିଲାନ୍ସ ଅଧିକାରୀ ସନ୍ତୁଷ୍ଟ ହୋଇନଥିଲେ। ତେଣୁ ଏହି ଟଙ୍କାକୁ ଜବତ କରି ଅଧିକ ଖୋଳତାଡ଼ ଆରମ୍ଭ କରିଛି ବାଲେଶ୍ବର ଭିଜିଲାନ୍ସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.