Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ସବ୍‌ ଇନ୍‌ସପେକ୍ଟରଙ୍କୁ ଧରିଲା ପୋଲିସ, ଦେଇପାରୁନାହାନ୍ତି ୨ଲକ୍ଷ ଟଙ୍କାର ହିସାବ

22/07/2021 at 10:26 AM

କଳାହାଣ୍ଡି ୨୨।୦୭: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସବ୍‌ ଇନ୍‌ସପେକ୍ଟର । ୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ଯାଉଥିବା ବେଳେ ବାନ୍ଧିଲା ଭିଜିଲାନ୍ସ । ଆଜି ସବ୍‌ ଇନ୍‌ସପେକ୍ଟରଙ୍କୁ କୋର୍ଟ ଚାଲାଣ କରାଯିବ। ସେପଟେ ବିଭିନ୍ନ ସ୍ଥାନରେ କରାଯାଉଛି ରେଡ଼୍‌ । ଏହି ଚଢାଉରେ ଅନେକ କିଛି ତଥ୍ୟ ଭିଜିଲାନ୍ସ ହାତରେ ଲାଗିଥିବା ସୂଚନା ମିଳିଛି । 

ଖବର ଅନୁଯାୟୀ, ବୁଧବାର ଗୋଲାମୁଣ୍ଡା ଥାନା ସବ ଇନ୍ସପେକ୍ଟର ଉଗ୍ରସେନ ପୁଟେଲ ନଗଦ ୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ବାଇକରେ ଫେରୁଥିବା ବେଳେ କାବୁ କରିଥିଲା ଭିଜିଲାନ୍ସ ।ଭିଜିଲାନ୍ସ ସବ୍‌ ଇନ୍‌ସପେକ୍ଟରଙ୍କୁ ୨ ଲକ୍ଷ ଟଙ୍କାର ହିସାବ ମାଗିଥିଲେ । କିନ୍ତୁ ସେ ୨ଲକ୍ଷ  ଟଙ୍କାର ହିସାବ ଦେଇପାରିଲେନାହିଁ। ସବ୍‌ ଇନ୍ସପେକ୍ଟର ପୈତୃକ ଘର ବଲାଙ୍ଗୀର ଜିଲ୍ଲାର ସଇଁତଳା ଥାନା ଡଙ୍ଗରମୁଣ୍ଡା ଗାଁରେ ଭିଜିଲାନ୍ସ ଟିମ୍ ସମ୍ପତ୍ତି ଆକଳନ କରୁଛି। ବର୍ତ୍ତମାନ ସୁଦ୍ଧା କେଉଁ ବାବଦରେ ଲାଞ୍ଚ ୨ ଲକ୍ଷ ଟଙ୍କା ପୋଲିସ ବାବୁ ନେଇଥିଲେ ଭିଜିଲାନ୍ସ ସ୍ପଷ୍ଟ କରିନାହିଁ।

   Related Posts