Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ପ୍ରେମିକା ଘର ଆଗରେ ସବ୍-ଇନିସପେକ୍ଟର ସ୍ବାମୀଙ୍କୁ ବିଚ୍ ରାସ୍ତାରେ ପିଟିଲେ ସ୍ତ୍ରୀ ? ଜାଣନ୍ତୁ କ’ଣ ହେଲା ତା’ପରେ…

21/05/2020 at 10:46 AM

ଜଲନ୍ଧର ୨୧/୦୫ : ଜଲନ୍ଧର ପୋଲିସର ଜଣେ ସବ୍-ଇନିସପେକ୍ଟର ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ହୋଇଥିବା ବିବାଦର ଏକ ଭିଡିଓ ଭାଇରାଲ୍ ହୋଇଛି। ଏହି ଭିଡିଓରେ ସବ୍-ଇନିସପେକ୍ଟରଙ୍କ ପତ୍ନୀ ତାଙ୍କ ଉପରେ ଗୁରୁତର ଅଭିଯୋଗ କରୁଥିବାବେଳେ ସବ୍ ଇନିସ୍ପେକ୍ଟର ମଧ୍ୟ ନିଜ ବୟାନରେ ପତ୍ନୀଙ୍କ ବିରୋଧରେ ଘରେ ବୟସ୍କା ମା ଏବଂ ପୂରା ପରିବାରକୁ ହଇରାଣ କରୁଥିବା ଅଭିଯୋଗ ଆଣିଛନ୍ତି।

ଏହି ଭିଡିଓ ଶହୀଦ ବାବା ଦୀପ ସିଂହ ନଗରର। ସବ୍ ଇନିସପେକ୍ଟର ଜଣକ ଘରେ ଥିଲେ ଏବଂ ତାଙ୍କ ପତ୍ନୀ ସେଠାରେ ପହଞ୍ଚି ତାଙ୍କୁ ଦେଖି ରାଗି ଯାଇଥିଲେ। ସେ ତାଙ୍କ ସ୍ବାମୀ ବିରୋଧରେ ସେହି ଘରେ ରହୁଥିବା ମହିଳାଙ୍କ ସହ ସମ୍ବନ୍ଧ ଥିବା ଅଭିଯୋଗ କରିଥିଲେ। ତାଙ୍କ ପତ୍ନୀଙ୍କ କହିବା ଅନୁସାରେ ତାଙ୍କ ସ୍ବାମୀ ଅଧିକାଂଶ ସମୟରେ ସେହି ଘରକୁ ଯାଆନ୍ତି ଯାହା ଫଳରେ ସେ ଦୀର୍ଘ ୪-୫ବର୍ଷରୁ ସତ କ’ଣ ଜାଣିବାକୁ ତାଙ୍କ ପଛେ ପଛେ ଏଠାକୁ ଆସିଛନ୍ତି।

ଅନ୍ୟ ପଟେ ସବ୍ ଇନିସପେକ୍ଟର ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ପତ୍ନୀ ତାଙ୍କ ୮୫ବର୍ଷ ବୃଦ୍ଧା ମାଆଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି। ତାଙ୍କ ପରିବାରକୁ ମଧ୍ୟ ସେ ହଇରାଣ କରୁଛନ୍ତି ଯେପରିକି ସେ ଘରର ରେଜିଷ୍ଟ୍ରି ଟଙ୍କା ପାଇଁ ବନ୍ଧକ ରଖିଛନ୍ତି। ସବ୍ ଇନିସପେକ୍ଟର କହିଛନ୍ତି ଯେ ସେ ଏବେ ସୁଦ୍ଧା ତାଙ୍କ ପତ୍ନୀଙ୍କ ୨୫ଲକ୍ଷ ଟଙ୍କାର କରଜ ସୁଝି ସାରିଛନ୍ତି। ସେ କହିଛନ୍ତି ଯେ ଯେଉଁ ଘରକୁ ସେ ଯାଇଥିଲେ ତାହା ତାଙ୍କ ଜର୍ମାନୀରେ ରହୁଥିବା ବନ୍ଧୁଙ୍କର ଯିଏ ଏବେ ଏଠାରେ ରହୁଛନ୍ତି ଏବଂ ସେ କହିଥିବାରୁ ସେ କିଛି ଜିନିଷ ଦେବାକୁ ତାଙ୍କ ଘରକୁ ଯାଇଥିଲେ।

   Related Posts