ଈଶ୍ୱରପୁର ସମବାୟ ସମିତି ସମ୍ପାଦକଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ, ଧାନକିଣାରେ କରିଥିଲେ ଅନିୟମିୟତା

Published By : Prameya-News7 Bureau | February 24, 2021 IST

ନୀଳଗିରି,୨୪/୦୨: ନୀଳଗିରି ଉପଖଣ୍ଡ ବିଭିନ୍ନ ମଣ୍ଡିରେ ଧାନ କିଣାରେ ଅନିୟମିତତା ହୋଇଥିବା ବେଳେ ସବୁସୀମାକୁ ଟପି ଯାଇଛି ଈଶ୍ୱରପୁର ସେବା ସମବାୟ ସମିତି । ସମିତିର ସମ୍ପାଦକ ଧାନ କିଣାରେ ଅନିୟମିତତା କରିବା ଓ ପରେ ଧରାପଡ଼ି ସ୍ୱୀକାର ପତ୍ର ଲେଖିବା ପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଜରୁରୀ ବୋଲି ଦାବିହୋଇଥିଲା । ଘଟଣାର ତଥ୍ୟଭିତ୍ତିକ ଖବର ପ୍ରମେୟରେ ପ୍ରକାଶ ପାଇବା ପରେ ଆଜି ଜିଲ୍ଲାପାଳ ଜୈନିକ ସମ୍ପାଦକଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି । ଏପରିକି ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରିଥିବା ମଧ୍ୟ ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ମାଲିକ, ଧାନ ବେପାରୀ ଓ ସମିତିର ସମ୍ପାଦକଙ୍କ ମଧୁ ଚନ୍ଦ୍ରିକାରେ ନୀଳଗିରିର ବିଭିନ୍ନ ମଣ୍ଡିରେ ଧାନ କିଣାରେ ବ୍ୟାପକ ଅନିୟମିତତା ହେଇଥିବା ନଜରକୁ ଆସିଛି । ଟୋକନ ଥିବା ସତ୍ତ୍ୱେ ଟାର୍ଗେଟ ପୂରଣ ହୋଇଥିବା କହି ଚାଷୀମାନଙ୍କୁ ଶୋଷଣ କରାଯାଉଥିବା ବେଳେ ମିତ୍ରପୁର, ନିଜଗଡ଼, ସଜନାଗଡ଼ ସୋସାଇଟିରେ ଏଭଳି ଅଭିଯୋଗ ଆସିଥିଲା । ଈଶ୍ୱରପୁର ସେବା ସମବାୟ ସମିତି ରେ ଅନିୟମିୟତା ସବୁ ସୀମାକୁ ଟପି ଯାଇଥିବାବେଳେ ସୋମବାରଠାରୁ ସମିତି ଆଗରେ ଚାଷୀ ମାନେ ଧାରଣା ଦେଇଥିଲେ ।

ଗତକାଲି ପୂର୍ବାହ୍ନରେ ଧାନମଣ୍ଡିକୁ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ଯୋଗାଣ ଅଧିକାରିଣୀ, ନୀଳଗିରି ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ଯାଇ ଖୋଳତାଡ଼ ଆରମ୍ଭ କରିଥିଲେ । ସମିତିର ସମ୍ପାଦକ ଅଶୋକ କୁମାର ଜେନାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଶ୍ରୀ ଦାସ କଥା ଛଳରେ ଅନିୟମିତତାର ପ୍ରମାଣ ଅଛି କହିବା ସହ ଅଧିକାରୀଙ୍କ ଆଗରେ ତାଙ୍କ ମୁହଁରୁ ସତ୍ୟତା ବାହାର କରିଥିଲେ ।

ଚାଷୀ ମାନଙ୍କର ପଞ୍ଜିକରଣକୁ ଚଞ୍ଚକତା କରି ବେଆଇନ ଭାବେ ୬୦୦ କୁଇଣ୍ଟାଲ ଧାନ କିଣାଯାଇଥିବା ଏଥିରେ ଜଣାପଡିଥିଲା । ସବୁ ଅନିୟମିତତାକୁ ସ୍ୱୀକାର କରି ଏକ ପତ୍ରରେ ସମ୍ପାଦକ ଜଣକ ଲେଖିଦେଇଥିଲେ । ଶ୍ରୀ ଦାସ ଅଧିକାରୀଙ୍କୁ ଏହି ପତ୍ର  ଦେବା ସହ କେନ୍ଦ୍ରମନ୍ତ୍ରୀଙ୍କୁ ସମସ୍ତ ଘଟଣା ବିଷୟରେ କହିଥିଲେ । ପରେ ଘଟଣାର ସତ୍ୟତା ଜାଣି ଆଜି ଜିଲ୍ଲାପାଳଙ୍କ ନିର୍ଦେଶରେ ସମ୍ପାଦକଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.