Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

କୋରନାର ଦ୍ୱିତୀୟ ଲହରୀକୁ ନଜରରେ ରଖି କୋଭିଡ଼ ନିୟମ କଡାକଡ଼ି କଲେ ଉପଜିଲ୍ଲାପାଳ

9/04/2021 at 6:37 PM

ଭଞ୍ଜନଗର, ୦୯/୦୪: କୋରନାର ଦ୍ୱିତୀୟ ଲହରୀକୁ ନଜରରେ ରଖି କୋଭିଡ଼ ନିୟମ କଡାକଡି ପାଳନ କରିବା ପାଇଁ ଉପଖଣ୍ଡ ପ୍ରଶାସନ ତରଫରୁ ଗୁରୁତ୍ୱାରୋପ କରାଯାଇଛି । ଏ ନେଇ  ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଏକ ସାମ୍ବାଦିକ ସମ୍ମିଳନୀରେ କୋଭିଡ଼ ପାଇଁ ନିଆ ଯାଇଥିବା ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି ।

ବାହାର ରାଜ୍ୟରୁ ଜିଲ୍ଲାକୁ ଆସୁଥିବା ଲୋକମାନଙ୍କର ୭୨ଘଣ୍ଟା ମଧ୍ୟରେ ଆରଟିପିସିଆର ଟେଷ୍ଟ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ନଚେତ ନେଇଥିବା ଦ୍ୱିତୀୟ ଟୀକାର ପ୍ରମାଣ ପତ୍ର ଦେବାକୁ ପଡିବ । କୋରନାର ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିଙ୍କ ପାଇଁ ପ୍ରତି ବ୍ଲକ ଓ ଏନଏସିରେ ସଂଘରୋଧ କେନ୍ଦ୍ର ପ୍ରସ୍ତୁତ କରାଯିବା ସହ ଆସିକା ଓ ଭଞ୍ଜନଗରରେ ୨ଟି DCC କୋଭିଡ଼ ସେଣ୍ଟର କେନ୍ଦ୍ର ଖୋଲାଯାଇଥିବା ସେ ସୂଚନା ଦେଇଛନ୍ତି ।

ଏଥିସହିତ ମନ୍ଦିର, ମସଜିଦ ଭଳି ଧାର୍ମିକ ଅନୁଷ୍ଠାନ ସହ ବ୍ୟବସାୟିକ କ୍ଷେତ୍ରରେ କୋଭିଡ଼ ଗାଇଡ଼ ଲାଇନ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଖିଲାପ କଲେ କାଯ୍ୟାନୁଷ୍ଠାନ ସ୍ୱରୂପ ସମ୍ପୁକ୍ତ ଅନୁଷ୍ଠାନକୁ  ୭ ଦିନ ପର୍ଯ୍ୟନ୍ତ ବନ୍ଦ କରାଯିବ । ଏଥି ସହିତ ସର୍ବ ସାଧାରଣ ଓ ଯାତ୍ରୀବାହି ବସରେ ମାସ୍କ ଚଢ଼ାଉକୁ ଜୋରଦାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କୋଭିଡ଼ ନିୟମ ପାଳନ କରିବାକୁ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ନିବେଦନ କରିଛନ୍ତି ।

   Related Posts