ପଦ୍ମପୁର ଉପଜିଲ୍ଲାପାଳ ଓ ମିଲ ଏଜେଣ୍ଟଙ୍କ ଯୁକ୍ତିତର୍କ ଭିଡ଼ିଓ ଭାଇରାଲ୍

Published By : Prameya-News7 Bureau | January 04, 2020 IST

ବରଗଡ଼ ୪/୧: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ମଣ୍ଡିରେ  ମିଲରଙ୍କ ଏଜେଣ୍ଟ  ଚାଷୀକୁ ହଇରାଣ କରୁଥିବା ସମୟରେ ଏଜେଣ୍ଟଙ୍କୁ ପଦ୍ମପୁର ଉପଜିଲ୍ଲାପାଳ ଓ ପାଇକମାଲ ବିଡିଓ ତାଗିଦ କରୁଥିବା ଭିଡିଓ ଏବେ ଭାଇରାଲ ହୋଇଛି । ଏହି ଭାଇରାଲ ଭିଡ଼ିଓରୁ ଏଜେଣ୍ଟ କେତେ ସକ୍ରିୟ ଓ କେତେ ଅତ୍ୟାଚାରୀ ତାହା ଜଣା ପଡୁଛି । rmc ଓ ସୋସାଇଟିର କର୍ମଚାରୀ ମଣ୍ଡିରେ ଥାଇ ମଧ୍ୟ ସେମାନେ ଚାଷୀଙ୍କୁ ଧମକାଉଛନ୍ତି ଏବଂ କଟନି ମାଗୁଛନ୍ତି  ଓ ପରେ ଉପରିସ୍ଥ ଅଫିସରକୁ ଜଣାଇଲେ ସେମାନେ  ଆସି ସମାଧାନ କରୁଛନ୍ତି ।

 ଏହି ଘଟଣାରୁ ଅନୁମାନ କରାଯାଇପାରୁଥିବ ତଳିଆ (ମଣ୍ଡି ରେ ଥିବା) rmc ଓ ସୋସାଇଟି କର୍ମଚାରୀ  କେତେ ଏଜେଣ୍ଟକୁ ପଛପଟୁ ସହଯୋଗ କରୁଛନ୍ତି । ସେମାନେ  ଆସି ମଣ୍ଡିରେ ଖୁଲମଖୁଲ୍ଲା ଡରାଉଛନ୍ତି ଚାଷୀକୁ କଟନୀ ଦେବାକୁ  । ସଚେତନ ଚାଷୀ ଉପର ଅଧିକାରୀକୁ ଜଣାଉଛନ୍ତି ହେଲେ ନିରୀହ ଚାଷୀ ଭୟରେ କିଛି କହି ପାରୁ ନାହିଁ । ଏଠାରେ ଆହୁରି ଗୋଟିଏ କଥା ଚର୍ଚ୍ଚାରେ ଅଛି ଯେ ଯେଉଁ ମିଲର ଧରା ପଡିଲା ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଶୂନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.