ବଲିଉଡର ଷ୍ଟଣ୍ଟ ମାଷ୍ଟର ଥିଲେ ବୀରୁଦେବଗନ, ଏମିତି ଆରମ୍ଭ ହୋଇଥିଲା ତାଙ୍କ କ୍ୟାରିୟର

Published By : Prameya-News7 Bureau | May 27, 2019 IST

ମୁମ୍ବାଇ ୨୭।୫:  ଭାରତୀୟ ସିନେମା ଜଗତରେ ଷ୍ଟଣ୍ଟ ମାଷ୍ଟର ଭାବେ ପରିଚିତ ବୀରୁ ଦେବଗନଙ୍କ ପରଲୋକ ହୋଇଛି । ତାଙ୍କ ପରଲୋକ ଖବରରେ ସ୍ତମ୍ବିଭୂତ ହୋଇପଡିଛି  ସମଗ୍ର ଇଣ୍ଡଷ୍ଟ୍ରି। ଅନେକ ସୁପରହିଟ୍ ଫିଲ୍ମର ସେ ଷ୍ଟଣ୍ଟ କୋରିୟୋଗ୍ରାଫି କରିଥିଲେ। ଏଥିନିମନ୍ତେ ତାଙ୍କୁ ଅନେକ ପୁରସ୍କାରରେ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।   ପଞ୍ଜାବ ଅମୃତସରର ବୀରୁ ଦେବଗନ ୮୦ରୁ ଅଧିକ ଫିଲ୍ମରେ ଷ୍ଟଣ୍ଟ କୋରିଓଗ୍ରାଫି କରିଛନ୍ତି । ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ହିନ୍ଦୁସ୍ତାନ କି କସମ’ର ସେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଯେଉଁଥିରେ ତାଙ୍କ ପୁଅ ତଥା ବଲିଉଡ ଅଭିନେତା ଅଜୟ ଦେବଗନଙ୍କୁ ଦୈତ ଭୂମିକାରେ ଦେଖାଯାଇଥିଲା। ଅସାଧାରଣର ବ୍ୟକ୍ତିତ୍ବର ଧନି ବୀରୁ ଦେବଗନ ଥିଲେ ଖୁବ୍ ସାଧାରଣ ମଣିଷ। ବଲିଉଡରେ ତାଙ୍କର ସଂଘର୍ଷ ମଧ୍ୟ ଥିଲା ଠିକ୍ ଅନ୍ୟ ସଫଳ କଳାକାରଙ୍କ ଭଳି।  ଆସନ୍ତୁ ନଜର ପକାଇବା ତାଙ୍କ କ୍ୟାରିୟର ଗ୍ରାଫ ଉପରେ।

{"id":116644}

ସିନେମା ପାଗଳ ଥିଲେ ବୀରୁ ଦେବଗନ। ଏଥିପାଇଁ ସେ ସ୍ଥିର କରିଥିଲେ ମୁମ୍ବାଇ ଯିବାକୁ। ୨ ଜଣ ସାଙ୍ଗଙ୍କ ସହ ବାହାରିଥିଲେ ମୁମ୍ବାଇ। ହେଲେ ବିନା ଟିକେଟ୍ ରେ ରେଳ ଯାତ୍ରା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ବିରାରରେ ଟିଟିଇ ତାଙ୍କୁ ଧରିବା ପରେ   ଜରିମାନା ଦେବାକୁ ବି ସେମାନଙ୍କ ନିକଟରେ ପଇସାଟିଏ ନଥିଲା। ଏଣୁ ସେମାନଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବା ବେଳେ ସେ ଜେଲକୁ ପଠାଇଦେଇଥିଲେ। ବୀରୁ ଓ ତାଙ୍କ ୨ ସାଙ୍ଗଙ୍କ ସିନେମା ନିଶା ଜେଲରେ ଭାଙ୍ଗି ଯାଇଥିଲା। ତଥାପି ସେମାନେ ଶାହାସ ହାରି ନଥିଲେ। ଜେଲରୁ ମୁକୁଳି କିଛି କାମଧନ୍ଦା ତଲାସରେ ଲାଗିଥିଲେ। ତେବେ ସେଥିରେ ବି ସେମାନଙ୍କୁ ସଫଳତା ମିଳିନଥିଲା। ହେଲେ ମୁମ୍ବାଇରେ ବୀରୁଙ୍କୁ ଟ୍ୟାକ୍ସି ଧୋଇବା କାମ ମିଳିଯାଇଥିଲା।

{"id":116645}

ଟ୍ୟାକ୍ସି ସଫା କରି ଦିନକୁ ଦୁଇମୁଠା ଖାଇବା ଜୋଗାଡ ହୋଇଯାଉଥିଲା। ଫୁରସତରେ ଷ୍ଟୁଡିଓ ଖୋଜିବା ଥିଲା ବୀରୁଙ୍କ କାମ । ହେଲେ କିଛି ଲାଭ ହେଉନଥିଲା।ଏଣୁ ସାଙ୍ଗମାନଙ୍କ ସହ ପୁଣି ଫେରିଥିଲେ ଅମୃତସର। ଘରେ ପରିବାର ଲୋକେ ଚାହୁଁଥିଲେ ସେ ଟେମ୍ପୋ ଚଲାନ୍ତୁ। କିନ୍ତୁ ତାଙ୍କୁ ସେକାମ ତାଙ୍କୁ  ଭଲ ଲାଗୁନଥିଲା।  ଏଣୁ ପୁଣି ମୁମ୍ବାଇ ଫେରଥିଲେ। ଏଥର କିନ୍ତୁ ତାଙ୍କୁ ଫିଲ୍ମରେ କାମ ମିଳିଯାଇଥିଲା। ‘ଅନିତା’ ଫିଲ୍ମରେ ଷ୍ଟଣ୍ଟ କରିବାକୁ ମିଳିଥିବା ସୁଯୋଗର ସେ ହାତଛଡା କରିନଥିଲେ। ତାଙ୍କ ଷ୍ଟଣ୍ଟର ବେଶ ପ୍ରଶଂସା ହୋଇଥିଲା। ଏହା ପଛକୁ ପଛ ତାଙ୍କୁ ଅଫର ମିଳିବାକୁ ଲାଗିଥିଲା। ୮୧ଟି ଫିଲ୍ମରେ ସେ ଷ୍ଟଣ୍ଟ କୋରିୟୋଗ୍ରାଫି କରିଥିଲେ। ଇଣ୍ଡଷ୍ଟ୍ରିରେ ଜୀବନ ବ୍ୟାପୀ ଯୋଗାଦାନ ନିମନ୍ତେ ତାଙ୍କୁ ୨୦୧୬ ମସିହାରେ ଲାଇଫଟାଇମ ଆଚିଭମେଣ୍ଟ ସମ୍ମାନରେ ସମ୍ମାନିତ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.