Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ସ୍ୱାମୀଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ମନ୍ଦିରା: ଅନ୍ତିମ ସଂସ୍କାରରେ ହେଲେ ସାମିଲ

30/06/2021 at 4:01 PM

ମୁମ୍ବାଇ ୩୦/୦୬ : ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ଓ ଷ୍ଟଣ୍ଟ ନିର୍ଦ୍ଦେଶକ ରାଜ କୌଶଲଙ୍କ ଦେହାନ୍ତ ହୋଇଛି। ରାଜଙ୍କ ଦେହାନ୍ତରେ ପରିବାର ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ରାଜ କୌଶଲଙ୍କ ଆକସ୍ମିକ ଦେହାନ୍ତ ଯୋଗୁଁ ମନ୍ଦିରା ଭାଙ୍ଗି ପଡିଛନ୍ତି।

ବୁଧବାର ସକାଳେ ହୃଦଘାତ ଯୋଗୁଁ ରାଜ କୌଶଲଙ୍କ ପରଲୋକ ହୋଇଛି। ସକାଳ ସାଢେ ୪ଟା ସମୟରେ ତାଙ୍କୁ ହୃଦଘାତ ହୋଇଥିଲା। ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେବା ପୂର୍ବରୁ ତାଙ୍କର ଦେହାନ୍ତ ହୋଇଯାଇଥିଲା।

ହସ୍ପିଟାଲ ନେବାପରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ମନ୍ଦିରା ଆମ୍ବୁଲାନ୍ସରେ ସ୍ୱାମୀଙ୍କ ମୃତଦେହ ସହ ଆସିଥିଲେ। ସ୍ୱାମୀଙ୍କ ମୃତ୍ୟୁରେ ସେ ପୁରା ଭାଙ୍ଗି ପଡିଛନ୍ତି। ନିଜକୁ ସମ୍ଭାଳିବା ତାଙ୍କ ପାଇଁ ମୁସ୍କିଲ ହୋଇପଡିଛି। ତାଙ୍କର ପୁରା ପରିବାର ମନ୍ଦିରାଙ୍କ ସହ ଅଛନ୍ତି।

ମନ୍ଦିରା ଓ ରାଜ କୌଶଲଙ୍କ ଦୁଇ ପୁଅ ଝିଅ। ରାଜ ଷ୍ଟଣ୍ଟ ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ। ସେ ଜଣେ ଅଭିନେତା ହିସାବରେ କ୍ୟାରିଅର ଆରମ୍ଭ କରିଥିଲେ। ତାଙ୍କ ଦେହାନ୍ତ ଖବର ଶୁଣି ବଲିଉଡର ତମାମ କଳାକାର ଶୋକ ପ୍ରକାଶ କରିଛନ୍ତି। ରାଜ ଓ ମନ୍ଦିରାଙ୍କ ପ୍ରଥମ ସାକ୍ଷାତ ୧୯୯୬ ମସିହାରେ ମୁକୁଲ ଆନନ୍ଦଙ୍କ ଘରେ ହୋଇଥିଲା। ମନ୍ଦିରା ଅଡିସନ ପାଇଁ ଯାଇଥିଲେ ଓ ରାଜ ମୁକୁଲ ଆନନ୍ଦଙ୍କ ସହକାରୀ ଭାବେ କାମ କରୁଥିଲେ।

   Related Posts