Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଅଫିସ, ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ବାସକରୁଥିବା ସ୍ଥାନରେ ଲଗାନ୍ତୁ ଏହି ଜିନିଷ…ଆପଣ ହୋଇଯିବେ ସୌଭାଗ୍ୟଶାଳୀ

28/01/2019 at 7:59 PM

ଘର, ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ଅଫିସରେ ବାସ୍ତୁଦୋଷ ଅଛି କି ?

ଯଦି ବାସ୍ତୁଦୋଷ ଅଛି, ତାହେଲେ ଆପଣ ଯେତେ ଚାହିଁଲେ ବି ଉନ୍ନତି କରିପାରିବେ ନାହିଁ । ଆପଣଙ୍କ ପରିପାର୍ଶ୍ଵରେ ଯେଉଁ ନକରାତ୍ମକ ଶକ୍ତି କାମ କରୁଛନ୍ତି, ତାହା ସବୁ ମଙ୍ଗଳ କାମକୁ ଅମଙ୍ଗଳ କରିଦେବ । କୌଣସି ଶୁଭଫଳ ମିଳିବ ନାହିଁ ।

ଏହି ନକରାତ୍ମକ ଶକ୍ତିକୁ ନିୟନ୍ତ୍ରଣ ଆଣିବାକୁ ବାସ୍ତୁଶାସ୍ତ୍ରରେ ପେଙ୍ଗସୁଇର ଆଦର ଭାରତବର୍ଷରେ ରହିଛି । ଏହା ମଧ୍ୟରୁ ଓ୍ଵିଇଣ୍ଡ ଚାଇମ ଅନ୍ୟତମ ।

ଏହି ଓ୍ଵିଇଣ୍ଡ ଚାଇମ କିଭଳିଭାବରେ ଅଫିସ , ଘର କିମ୍ବା ବ୍ୟବସାୟରେ ସକରାତ୍ମକ ଶକ୍ତିକୁ ସଜାଗ କରେ, ଆସନ୍ତୁ ଜାଣିବା ।

ଏହାର ବ୍ୟବହାର ଫଳରେ ଏହି ସବୁ ସ୍ଥାନରେ ବାସ୍ତୁଦୋଷ ଦୂରକରି ସୌଭାଗ୍ୟଶାଳୀ କରିଥାଏ  । ଏହାର ବ୍ୟବହାର କେମିତି କରିବା ଆସନ୍ତୁ ଜାଣିବା ।

ଓ୍ଵିଇଣ୍ଡ ଚାଇମ୍ ପବନରେ ଦୋଳି ଖେଳି ଯେଉଁ ମଧୂର ଧ୍ଵନି ସୃଷ୍ଟିକରେ, ତାହା ସବୁ ନକରାତ୍ମକ ଶକ୍ତିକୁ ଦୂରେଇଦେଇଥାଏ । ଶଙ୍ଖଧ୍ଵନୀ, ଓଁକାର ଧ୍ବନୀ ଭଳି ଓ୍ଵିଇଣ୍ଡ ଚାଇମର ଧ୍ଵନୀ ମଧ୍ୟ ପରିବେଶକୁ ପବିତ୍ରତା ରଖିବା ସହିତ ଅଧ୍ୟାତ୍ମିକତା ସୃଷ୍ଟିକରେ । ଯାହା ବ୍ୟକ୍ତି କିମ୍ବା ସଂଗଠନକୁ ଉନ୍ନତି କରିବାକୁ ସାହାର୍ଯ୍ୟ କରିଥାଏ ।

ଓ୍ଵିଇଣ୍ଡ ଚାଇମକୁ  କେଉଁ ଜାଗାରେ କିଭଳି ଭାବରେ ବ୍ୟବହାର କରିବା ଆସନ୍ତୁ ଜାଣିବା ।

  • ଛଅଟି ଷ୍ଟିକ୍ ଥିବା ଓ୍ଵିଇଣ୍ଡ ଚାଇମକୁ ଡ଼୍ରଇଁରୁମରେ ବ୍ୟବହାର କଲେ, ମଙ୍ଗଳ ହେବା ସହ ଅଶାନ୍ତ ଶକ୍ତିକୁ ଦୂର କରିଥାଏ .ସାତଟି ଷ୍ଟିକଥିବା ଏହି ଚାଇମକୁ ପିଲାଙ୍କ ଘର ଭିତରେ ଟାଙ୍ଗନ୍ତୁ, ପିଲାଙ୍କର ମାନସିକ ଶାନ୍ତି ସହିତ ଏକାଗ୍ରତା ବଢ଼ିପାରିବ ।
  • ଆଠଟି ଷ୍ଟିକ୍ ଥିବା ଚାଇମକୁ ଅଫିସରେ ଟାଙ୍ଗନ୍ତୁ, ବ୍ୟବସାୟରେ ଉନ୍ନତିହେବା ସହ ପ୍ରତିଷ୍ଠାନ ଲାଭଜନକ ସ୍ଥିତରେ ରହିବ ।
  • ଆପଣଙ୍କୁ କୌଣସି କାମରେ ସଫଳତା ମିଳୁନାହିଁ,ବାରମ୍ବାର ବାରମ୍ବାର ଅସଫଳତା ମିଳୁଛି –ତା ହେଲେ ନଅଟି ଷ୍ଟିକଥିବା ଓ୍ଵିଇଣ୍ଡ ଚାଇମକୁ ଡ଼୍ରଇଁଙ୍ଗ ରୁମରେ ଲଗାନ୍ତୁ,ସଫଳତା ନିଶ୍ଚୟ ପାଇବେ ।
  • ପାଂଚଟି ଷ୍ଟିକଥିବା ଚାଇମକୁ ପିଲାଙ୍କ ଷ୍ଟଡ଼ିରୁମରେ ଲଗାନ୍ତୁ,  ବାସ୍ତୁଦୋଷ ଦୂରହେବା ସହ ସକରାତ୍ମକ ଶକ୍ତି ପିଲାର ମାନସିକ ସ୍ଥିତିକୁ ଠିକ ରଖିବ ।

   Related Posts