ବିଜେବି କଲେଜରେ ପଢ଼ୁଛନ୍ତି ପାଠ ହେଲେ ଜଙ୍ଗଲରେ ଦେଉଛନ୍ତି ପରୀକ୍ଷା....

Published By : Prameya-News7 Bureau | September 28, 2020 IST

ଜୟପୁର୨୮/୯: ରାଜଧାନୀର ବିଜେବି କଲେଜରେ ପାଠ ପଢ଼ୁଛନ୍ତି ହେଲେ ଜଙ୍ଗଲରେ ଦେଉଛନ୍ତି ପରୀକ୍ଷା। ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକର ଦଳପତିଗୁଡାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଏବେ ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟର ୟୁଜି ଓ ପିଜି  ପରୀକ୍ଷା ଚାଲିଛି। ପରୀକ୍ଷା ସବୁ ଅନଲାଇନରେ ଚାଲିଥିବା ବେଳେ ଗାଁରେ ମୋବାଇଲ ନେଟୱାର୍କ ନାହିଁ। ତେଣୁ ବାଧ୍ୟ ହୋଇ ଦଳପତିଗୁଡାର ମନ ବାରିକ ଜଙ୍ଗଲ ମଧ୍ୟରେ ଏକ ମଞ୍ଚା କରି ସେଠାରେ ବସି ପରୀକ୍ଷା ଦେଉଛନ୍ତି।

{"id":335830,"sizeSlug":"large"}

ମନ ବାରିକ୍ ଭୁବନେଶ୍ୱରସ୍ଥିତ ବିଜେବି କଲେଜରେ ମାସ୍ କମ୍ୟୁନିକେସନ ବିଭାଗର ଶେଷ ବର୍ଷର ଛାତ୍ର। କରୋନା ଲକଡାଉନ ପରେ ସେ ଘରେ ଥିବା ବେଳେ ଏବେ ସେମିଷ୍ଟାର ପରୀକ୍ଷା ଦେଉଛନ୍ତି। ଏହି ସମସ୍ୟା କେବଳ ମନଙ୍କର ନୁହେଁ। ନେଟୱର୍କ ନଥିବାରୁ ଅନେକ ଛାତ୍ରଛାତ୍ରୀ ପରୀକ୍ଷା ହେଉ କିମ୍ବା ଅନ ଲାଇନରେ ପାଠ, ସେଥିପାଇ ଛାତ୍ରଛାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ଏପରି କି ଜିଲ୍ଲାର ୬୦ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷାରୁ ବଂଚିତ ହେଉଥିବା ଶିକ୍ଷା ବିଭାଗର ତଥ୍ୟରୁ ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.