ପରୀକ୍ଷାରେ ଉତ୍ତର ଖାତାରେ ପିଲା ଲେଖିଲେ, "ପାକିସ୍ତାନ ଠାରୁ ପ୍ରତିଶୋଧ ନେବାର ଅଛି ସେଥିପାଇଁ ପାସ କରିଦିଅନ୍ତୁ"

Published By : Prameya-News7 Bureau | March 16, 2019 IST

ଉତ୍ତର ପ୍ରଦେଶରେ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଶେଷ ହୋଇସାରିଛି | ପରୀକ୍ଷା ଖାତା ଯାଞ୍ଚ ଆରମ୍ଭ ହୋଇଯାଇଛି | ପରୀକ୍ଷାର୍ଥୀଙ୍କ ଖାତା ଯାଞ୍ଚବେଳେ ପିଲାଙ୍କ ଅଜବ ଅଜବ ଗୁହାରି ସାମ୍ନାକୁ ଆସିଛି | ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପରୀକ୍ଷାର୍ଥୀ ପ୍ରଶ୍ନର ଜବାବ ସହ କିଛି ଖାସ ଜବାବ ଦେଇଛନ୍ତି |

{"id":94084,"width":565,"height":378}


ସୂଚନାଯୋଗ୍ୟ ଯେ, ଜଣେ ଛାତ୍ର ନିଜ ପ୍ରଶ୍ନ ପତ୍ରର ଜବାବରେ ଲେଖିଥିଲେ ଯେ, "ସାର, ମୋ ମାମୁଁ ସେନାରେ ଥିଲେ, ସେ ସହିଦ ହୋଇଯାଇଛନ୍ତି | ସେ ପାକିସ୍ତାନ ଠାରୁ ମାମୁଁଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଚାହୁଁଚି | ସେଥିପାଇଁ ତାଙ୍କୁ ପାସ କରିଦିଆଯାଉ" | ପରୀକ୍ଷାରେ ପାସ ହେବା ପାଇଁ ପରୀକ୍ଷାର୍ଥୀ ଏଭଳି ଅଲଗା ଅଲଗା ପ୍ରକାର ଉପାୟ ଅବଲମ୍ବନ କରିଛନ୍ତି |

{"id":94085}


ଆଉ ଜଣେ ଛାତ୍ର ଲେଖିଛନ୍ତି ଯେ, "ଗୁରୁଜୀ, ପାସ କରିଦିଅନ୍ତୁ, ନଚେତ ଭଗବାନ ଆପଣଙ୍କୁ କେବେ କ୍ଷମା କରିବେନାହିଁ |"ଅପରପକ୍ଷରେ କିଛି ଛାତ୍ରଛାତ୍ରୀ ପ୍ରଶ୍ନର ଉତ୍ତର ନଲେଖି ପ୍ରଶ୍ନ ହିଁ ଲେଖିଛନ୍ତି | କପି ଉପରେ ଲଗାମ ଲାଗିଯାଇଥିବା ଯୋଗୁଁ ଛାତ୍ରଛାତ୍ରୀ ଏଭଳି କାଣ୍ଡ କରିଛନ୍ତି ବୋଲି କୁହାଯାଉଛି |

{"id":94086}


ଗତବର୍ଷ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା | ଗତବର୍ଷ ଗୋଟିଏ କପିରେ ଲେଖାଥିଲା, "ମୁଁ ପୂଜାକୁ ବହୁତ ଭଲପାଏ | ଏ ଭଲପାଇବା ନା ବଂଚିବାକୁ ଦଉଛି ନା ମାରିବାକୁ ଦେଉଛି | ଏହି ଭଲପାଇବା ମୋତେ ପାଠରୁ ଦୁରେଇ ଦେଇଛି"|

{"id":94087}


ଆଉ ଏକ କପିରେ ଲେଖାଥିଲା, "କପି ଖୋଲିବା ପୂର୍ବରୁ ଗୁରୁଜୀଙ୍କୁ ନମସ୍କାର | ଗୁରୁଜୀ ପାସ କରିଦିଅନ୍ତୁ…ଚିଠି ତୁ ଯା ସାରଙ୍କ ପାଖକୁ…ସାରଙ୍କ ଇଛା ପାସ କରିବେ କି ଫେଲ କରିବେ"

{"id":94088}


ଆଉ ଏକ କପିରେ ଜଣେ ଛାତ୍ର ଲେଖିଥିଲେ, "ମୁଁ ହାତ ଯୋଡି ନିବେଦନ କରୁଛି ମୋତେ କ୍ଷମା କରିଦିଅନ୍ତୁ, ମୁଁ ଗରିବ ପରିବାରରୁ ଆସିଛି, ଦର୍ଜୀ ପାଖେ କାମ କରି ମୁଁ ଟଙ୍କା ଯୋଗାଡ କରି ମୁଁ ପାଠ ପଢୁଛି, କିନ୍ତୁ ମୋ ପାଖେ ସବୁ ବହି ନାହିଁ | ଅନ୍ୟମାନଙ୍କ ବହି ମାଗି ମୁଁ ପଢୁଛି | ସେଥିପାଇଁ ଆପଣଙ୍କୁ ନିବେଦନ କରୁଛି ମୋତେ ପାସ କରିଦିଅନ୍ତୁ |

{"id":94089}


ନିକଟରେ ଏଭଳି ଆଉ ଏକ ମାମଲା ସାମ୍ନାକୁ ଆସିଥିଲା | ଜଣେ ଛାତ୍ର ଉତ୍ତର ପତ୍ରରେ ଟଙ୍କା ରଖିଥିଲେ | କିଛି କପିରେ ୫୦୦ ଟଙ୍କିଆ ନୋଟ ମଧ୍ୟ ଥିଲା | ଘଟଣା ଫିରୋଜବାଦର | ଆଉ କିଛି କପିରେ ଆତ୍ମହତ୍ୟା ଧମକ ମଧ୍ୟ ଥିଲା | ଆଉ କିଛି କପିରେ ପିଲାମାନେ ଗୀତ ଲେଖି ଦେଇଥିଲେ | ଏହିଭଳି ଅନେକ ଘଟଣା ସାମ୍ନାକୁ ଆସିଛି |

{"id":94090}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.