ଅଗଷ୍ଟ ୧୫ରେ ଯୋଗଦେବେନି ଛାତ୍ରଛାତ୍ରୀ

Published By : Prameya-News7 Bureau | August 13, 2020 IST

ଭୁବନେଶ୍ୱର ୧୩।୦୮: ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଯହାକୁ ଦୃଷ୍ଟିରେ ରଖି କଡ଼ା ପଦକ୍ଷେପ ନେଇଛନ୍ତି ସରକାର । ଆଗକୁ ହେବାକୁ ଥିବା ସ୍ୱାଧିନତା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେନାହିଁ ଛାତ୍ରଛାତ୍ରୀ । ଏନେଇ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଅଗଷ୍ଟ ୧୫ସ୍ୱାଧିନତା ଦିବସ ଅବସରରେ ସ୍କୁଲରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଯୋଗଦେବେନାହିଁ । କେବଳ ପ୍ରଧାନଶିକ୍ଷକ, ଶିକ୍ଷକ, ଗାଁ ଶିକ୍ଷା କମିଟି ସଭାପତିଙ୍କୁ ନେଇ ଉତ୍ସବ ପାଳନ କରାଯିବ । ଏନେଇ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.