ଚୀନରେ ଶିଶୁଙ୍କ ପାଇଁ ସୋସିଆଲ୍ ଡିଷ୍ଟାନ୍ସିଂ ଫର୍ମୁଲା: କ୍ଲାସ୍‌ରେ ହେଡ୍ ଗିୟର୍ ପିନ୍ଧି ବସୁଛନ୍ତି, ଫଟୋ ଭାଇରାଲ୍

Published By : Prameya-News7 Bureau | April 28, 2020 IST

ବେଜିଂ, ୨୮|୦୪:  ଚୀନରୁ ସାରା ବିଶ୍ୱକୁ ବ୍ୟାପିଥିବା କରୋନା ଭାଇରସ ପ୍ରାୟ ସମସ୍ତ ଦେଶରେ ଆତଙ୍କ ସୃଷ୍ଟି କରୁଛି । ତେବେ ଚୀନରେ ସ୍ଥିତି ସାମାନ୍ୟ ସୁଧୁରିଛି । ଏଠାରେ କିଛି ସ୍କୁଲ ଓ କଲେଜ ଖୋଲାଯାଇଛି । କିନ୍ତୁ ଯେହେତୁ ବିପଦ ସମ୍ପୂର୍ଣ୍ଣ ଭାବେ ଟଳିନାହିଁ ତେଣୁ ସରକାର ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସ୍କୁଲ ପିଲାଙ୍କୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ କୁହାଯାଉଛି । ଏଥିପାଇଁ ପିଲାମାନେ ମୁଣ୍ଡରେ ହେଡ୍ ଗିୟର୍ ପିନ୍ଧୁଛନ୍ତି । ଯାହାର ଦୈର୍ଘ୍ୟ ପ୍ରାୟ ୩ ଫୁଟ । ଏଥିରେ ଛାତ୍ରଙ୍କ ମଧ୍ୟରେ ଦୂରତା ରକ୍ଷା କରାଯାଇ ପାରିବ ।

wp:core-embed/twitter {"url":"https://twitter.com/chowleen/status/1254590781446410240?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1254590781446410240\u0026ref_url=https%3A%2F%2Fhindi.news18.com%2Fnews%2Fcareer%2Fchina-social-distancing-best-way-wearing-headgear-3060649.html","type":"rich","providerNameSlug":"twitter","className":""}
https://twitter.com/chowleen/status/1254590781446410240?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1254590781446410240&ref_url=https%3A%2F%2Fhindi.news18.com%2Fnews%2Fcareer%2Fchina-social-distancing-best-way-wearing-headgear-3060649.html
/wp:core-embed/twitter

ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।  ଏଥିରେ ଛାତ୍ରମାନେ ମୁଣ୍ଡରେ ହେଡ ଗିୟର ପିନ୍ଧିଛନ୍ତି । ଏପରିକି ମାସ୍କ ମଧ୍ୟ ପିନ୍ଧିଛନ୍ତି ।

ସୂଚନାଯୋଗ୍ୟ, ସାରା ବିଶ୍ୱରେ କରୋନା ଭାଇରସ ପ୍ରାୟ ୩୦ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଛି । ୨ ଲକ୍ଷରୁ ଅଧିକ ପ୍ରାଣ ମଧ୍ୟ ହରାଇଲେଣି । ଭାରତରେ ମଧ୍ୟ ୨୧ ହଜାର ସଂକ୍ରମିତ ହୋଇତିବା ବେଳେ ୯୦୦ରୁ ଅଧିକ ପ୍ରାଣ ହରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.