ବିଦ୍ୟାଳୟରେ ଶିକ୍ଷକ ନଥିବା ପ୍ରତିବାଦରେ ୨୮ କି.ମି. ଚାଲି ଚାଲି ଗଲେ ଛାତ୍ର

Published By : Prameya-News7 Bureau | December 04, 2019 IST

ବାଲିଗୁଡା ୪।୧:  ୨୮ କିଲୋମିଟର ଚାଲି ଚାଲି ଗଲେ ପିଲା । ବାଲିଗୁଡା ତୁମୁଡିବନ୍ଧ ବେଲଘର ହାଇସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ନଥିବାରୁ ପ୍ରତିବାଦ । ଶୀତ ରାତିରେ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଆସି ତୁମୁଡିବନ୍ଧ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ୫୦ରୁ ଅଧିକ ଛାତ୍ର ।

{"id":193611,"sizeSlug":"large"}

ଏହି ବିଦ୍ୟାଳୟ କନ୍ଧମାଳ ଜିଲ୍ଲା ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ବାରା ପରିଚାଳିତ ହେଉଛି । ଏଠାରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏଁ ମୋଟ୍ ୩୩୫ ଛାତ୍ର ପାଠ ପଢୁଛନ୍ତି । ବିଦ୍ୟାଳୟରେ ୧୪ ଜଣ ଶିକ୍ଷକ ଆବଶ୍ୟକୀୟ ଥିବା ବେଳେ ମାତ୍ର ୭ ଜଣ ଶିକ୍ଷକ ଅଛନ୍ତି । ମାଟ୍ରିକ ପରୀକ୍ଷା ପାଖେଇ ଆସୁଥିବା ବେଳେ ପିଲାଙ୍କୁ ପାଠ ପଢିବାରେ ଅସୁବିଧା ହେଉଛି । ଏ ନେଇ ଅନ୍ତେବାସୀ ଓ ଅଭିଭାବକ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କେହି ବି ଶୁଣି ନଥିଲେ । ଫଳରେ ଛାତ୍ରମାନେ ଏଭଳି ପ୍ରତିବାଦ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.