ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ ; ଦିନ ୨ଟାରୁ ୪ଟା ମଧ୍ୟରେ ହେବ ଯାଞ୍ଚ

Published By : Prameya-News7 Bureau | October 03, 2018 IST

ଭୁବନେଶ୍ବର ୩|୧୦: ଅକ୍ଟୋବର ୧୧ରେ ଛାତ୍ର ସଂସଦ ନିର୍ବାଚନ । ତେବେ ତା ପୂର୍ବରୁ ଆଜି ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ କଲେଜ କର୍ତ୍ତୃପକ୍ଷ ଲିଙ୍ଗଡୋ କମିଶନଙ୍କ ନିୟମ ଆଧାରରେ ନାମଙ୍କନ ଦାଖଲ କରାଇବେ । ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ନିର୍ବାଚନ ହେବାକୁ ଥିବା ୬ଟି ବିଶ୍ବବିଦ୍ୟାଳୟ ଓ ୨୮୩ଟି ଡିଗ୍ରୀ କଲେଜରେ ପୋଲିସ ନିୟୋଜିତ ରହିବେ। ଏଥିଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ର୍ରାର୍ଥୀପତ୍ର ଦାଖଲ ପରେ ଅପରାହଣ ୨ଟାରୁ ୪ଟା ମଧ୍ୟରେ ସେଗୁଡିକୁ ଯାଞ୍ଚ କରାଯିବ । ଅକ୍ଟୋବର ୪ରେ ଯୋଗ୍ୟ ପ୍ରାର୍ଥିଙ୍କ ତାଲିକା ଘୋଷଣା ହେବ । ସେହିଦିନ ଅପରାହ୍ନ ୪ଟାରୁ ୫ ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ଅପରହ୍ନ ୫ଟାରେ ଚୂଡାନ୍ତ ପ୍ରାର୍ଥୀତାଲିକା ପ୍ରକାଶ ପାଇବ । ୧୦ତାରିଖରେ 'ମୁଁ କାହିଁକି ପ୍ରାର୍ଥି ହୋଇଛି' ବୈଠକ ହେବ । ୧୧ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟd ଗ୍ରହଣ କରାଯିବ । ସେପଟେ ଗଣ୍ଡଗୋଳ ଓ ଛାତ୍ର ଅଶାନ୍ତି ଯୋଗୁଁ ୩ଟି ବିଶ୍ବବିଦ୍ୟାଳୟ ଓ ୧୨ଟି କଲେଜରେ ନର୍ବାଚନ ବାତିଲ ହୋଇଛି । ରାଜ୍ୟରେ ୫୨ଟି ସମ୍ବେଦନଶୀଳ କ୍ୟାମ୍ପସକୁ ଅଧିକ ସମ୍ବେଦନଶୀଳ କ୍ୟାମ୍ପସ୍ ଭାବେ ଚିହ୍ନଟ କରାଯାଇଛି । ସେଠାରେ ଅଧିକ ପୋଲିସ ମୁତୟନ ପାଇଁ ନିଷ୍ପତ୍ତି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.