Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ରମାଦେବୀରେ ଛାତ୍ରୀ ଅଶାନ୍ତି, ଗେଟ୍‌ରେ ପକାଇଲେ ତାଲା : ପୋଲିସ ମୁତୟନ

4/06/2020 at 11:30 AM

ଭୁବନେଶ୍ବର ୪।୬: ରମାଦେବୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି ଦେଖାଦେଇଛି । କରୋନା ସଙ୍କଟ ସମୟରେ ପରୀକ୍ଷା କରାଯିବା ନିଷ୍ପତ୍ତିକୁ ଛାତ୍ରୀମାନେ ବିରୋଧ କରିଛନ୍ତି । ବିରୋଧ କରିବାକୁ ନେଇ ମହାବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି ।

ବିଶ୍ବବିଦ୍ୟାଳୟର ୟୁଜି ଏବଂ ପିଜି ପରୀକ୍ଷା ନେଇ ନୋଟିସ୍ ବାହାରିବା ପରେ ଛାତ୍ରୀମାନେ ଏହାକୁ ବିରୋଧ କରିଛନ୍ତି । ପରୀକ୍ଷା ଘୁଞ୍ଚାଇବା ସହ ଅନଲାଇନ୍‌ରେ ପରୀକ୍ଷା କରିବାକୁ କୁଳପତିଙ୍କ ସହ ଛାତ୍ରୀମାନେ ଆଲୋଚନା କରିଥିଲେ । ଆଲୋଚନା ବିଫଳ ହୋଇଥିବା ଜଣାପଡିଛି । ଫଳରେ ଛାତ୍ରୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ବିଶ୍ବବିଦ୍ୟାଳୟ ଫାଟକରେ ଛାତ୍ରୀମାନେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

   Related Posts