Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ବାରମ୍ବାର କହିବା ପରେ ବି ଶୁଣିଲେନି କର୍ତ୍ତୃପକ୍ଷ ; ସ୍କୁଲ ପିଲା, ସାର୍ ଓ ପଡାବାସୀ ମିଶି ତିଆରି କଲେ ରାସ୍ତା…

7/09/2019 at 6:39 PM

ବଲାଙ୍ଗିର ୭|୯: ବାରମ୍ବାର ଅଭିଯୋଗ, ଅନୁରୋଧ ପରେ ବି ଶୁଣିଲାନି ପ୍ରଶାସନ । ସମସ୍ୟା ପାଇଁ ହନ୍ତସନ୍ତ ଲୋକେ ଶେଷରେ ଏକାଠି ହୋଇ କଲେ ବ୍ରିଜ୍ ମରାମତି । ବଲାଙ୍ଗୀର ଖୁଜେଇପାଲିରେ ଏପରି ଘଟଣା ଘଟିଛି ।  ବର୍ଷାରେ  କ୍ଷତିଗ୍ରସ୍ତ ବ୍ରୀଜ୍‌ କୁ ମିଳି ମିଶି ମରାମତି କରିଛନ୍ତି ସ୍କୁଲ ଶିକ୍ଷକ ଓ ଗାଁ  ଏବଂ ପଡାବାସି । ପ୍ରଶାସନକୁ ବାରମ୍ବାର ଜଣାଇବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ନିଜ ରାସ୍ତା ନିଜେ ତିଆରି କରିଛନ୍ତି ଲୋକେ। ସେପଟେ ପୌରପରିଷଦ ଆକ୍ସନ ମୋଡ୍‌କୁ ଆସି ସମସ୍ତ ନାଳର ସଫେଇ କରିଛି।

ବହିରେ ପଢିଥିଲେ , କାମରେ ଦେଖାଇଦେଲେ ।ପ୍ରଶାସନକୁ ଅପେକ୍ଷା ନକରି ମିଳିମିଶି ସଜାଡି ଦେଲେ ରାସ୍ତା, କଲେ ବ୍ରିଜ୍ ମରାମତି।ଦେଖନ୍ତୁ ଏହି ଚିତ୍ର, ବ୍ରିଜ କାମରେ ଲାଗିଛନ୍ତି ଶିକ୍ଷକ ଓ ଛାତ୍ର ଛାତ୍ରୀ । ବଲାଙ୍ଗୀରର ବିଶ୍ବାତ୍ମା ବିଦ୍ୟାମନ୍ଦୀର ସ୍କୁଲର ଛାତ୍ର ଛାତ୍ରୀ ଓ  ଶିକ୍ଷକଙ୍କୁ ସାଥ ଦେଉଛନ୍ତି ପଡାବାସି। ହାତରେ କୋଦାଳ, ଡାଲା  ଆଉ ମେଟାଲ , ପଥର ଗୁଣ୍ଡ , ବାଲିବସ୍ତା ଧରି କାମରେ ଲାଗିଛନ୍ତି ।ଲଗାଣ ବର୍ଷାରେ  ଖୁଜେଇପାଲିର ରାସ୍ତା, ବ୍ରିଜ୍ ଅବସ୍ଥା ବେହାଲ ହୋଇଥିଲା ।  ଜିଲ୍ଲା ପ୍ରଶାସନକୁ ଗୁହାରି କରି କରି ବି ସମାଧାନ ହେଲାନି । ଶେଷରେ ନିଜ ରାସ୍ତା ନିଜେ ସଜାଡିବାକୁ ପିଲାଙ୍କ ସହ ବାହାରିପଡି ଥିଲେ ସାର୍ । ସେମାନଙ୍କୁ ଦେଖି ସହଯୋଗର ହାତ ବଢାଇଥିଲେ  ସ୍ଥାନୀୟ ବାସିନ୍ଦା ।

ବଲାଙ୍ଗୀର ଖୁଜେଲପାଲି ପଞ୍ଚାୟତରେ ଥିବା ବ୍ରିଜ ଉପରେ ପ୍ରତିଦିନ ଶତାଧିକ ଲୋକଙ୍କ ସହ ୫ ଶହରୁ ଅଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ନିର୍ଭର କରିଥାନ୍ତି । ଲଗାଣ ବର୍ଷା  ତଥା ଅନ୍ୟ କାରଣରୁ ଏହି  ବ୍ରିଜର ଦୁଇ  ପଟ ଧୋଇଯାଇଥିବା ବେଳେ, ଅବସ୍ଥା ବିପଦ ସଙ୍କୁଳ । ସେପଟେ ଏନେଇ ବିଭାଗୀୟ ଅଧିକାରିଙ୍କ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଥିଲେ ହେଁ , ପ୍ରତିକାର ନାହିଁ ।

ଏପଟେ ଲାଗାଣ ବର୍ଷାରେ ବଲାଙ୍ଗିର ଅବସ୍ଥା ବେହାଲ । ସହରର ରାସ୍ତା ଉପରେ ପାଣି ସୁଅ, ବିଭିନ୍ନ ପଡାରେ ଘରେ ଘରେ ପାଣି ।ତେବେ ସ୍ଥିତିକୁ ଦେଖି ପୌର ପରିଷଦ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ ଆରମ୍ଭ କରିଛି । ସାତ ଦିନ ଭିତରେ ଜବରଦଖଲ ଉଚ୍ଛେଦ ଅଭିଯାନ ସହ ଡ୍ରେନେଜ୍ ବ୍ୟବସ୍ଥାର ଅନୁଧ୍ୟାନ ସହ ପଦକ୍ଷେପ ନିଆଯିବା ବୋଲି କହିଛନ୍ତି ପୌରପରିଷଦ ନିର୍ବାହି ଅଧିକାରୀ।

ସମସ୍ୟା ଓ ତାର ସମାଧାନ ପାଇଁ ପ୍ରଶାସନ ଉପରେ ଦୋଷାରପ ସାଧାରଣ କଥା । ତେବେ  , ପ୍ରଶାସନକୁ ଅପେକ୍ଷା ନକରି ଲୋକେ ଏକାଠି ହୋଇ ଅସୁବିଧାକୁ ସୁଧାରିବା ଏବଂ ସେଥିରେ ଛୋଟଛୋଟ ପିଲା ସାମିଲ ହେବା ପ୍ରଶଂସନୀୟ ନିଶ୍ଚିତ ।

   Related Posts