Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ମଦପିଇ ସ୍କୁଲ ଭିତରେ ବେହୋସ ହୋଇ ପଡ଼ିଗଲେ ଶିକ୍ଷକ, ସାମାଜିକ କର୍ମୀଙ୍କୁ ଡ଼ାକି ଛାତ୍ର ନେଲେ ଡ଼ାକ୍ତରଖାନା

13/02/2019 at 6:44 PM

ପୌଡ଼ୀ ୧୩/୨-ସମାଜର ସଂସ୍କାର ମେରୁଦଣ୍ଡ ହେଲେ ଶିକ୍ଷକ । ସମାଜର ଯିଏ ଯେଉଁ ପଦପଦବୀରେ ଅଧିଷ୍ଠିତ ହୋଇଛି କେବଳ ଶିକ୍ଷକଙ୍କ ପାଇଁ । ଶିକ୍ଷକ ବଡ଼ ସମାଜ ସଂସ୍କାରକ ହୋଇଥିବା ବେଳେ ଯଦି ମଦ ପିଇ ସ୍କୁଲ ଆସେ । ତାହେଲେ ସମାଜର ଅବସ୍ଥା କେଉଁ ସ୍ତରରେ ପହଂଚିବ ଏହା ବିରାଟ ପ୍ରଶ୍ନବାଚୀ ।

ଏମିତି ଘଟଣା ଘଟିଛି ପୌଡ଼ୀ ଜିଲ୍ଲା ମୁଖ୍ୟାଳୟ ଠାରୁ ୧୫୦ କି.ମି.ଦୂର ରାଜକୀୟ ପ୍ରାଥମିକ ବିଦ୍ୟାଳୟରେ । ଜଣେ ଶିକ୍ଷକ ମଙ୍ଗଳବାରଦିନ ସକାଳେ ସ୍କୁଲ ଆସିବା ବାଟରେ ମଦ ପିଇ ଆସିଥିଲେ । ପ୍ରାର୍ଥନା ସମୟରେ ଶିକ୍ଷକ ତଳେ ବେହୋସ ହୋଇ ପଡ଼ିଯାଇଥିଲେ । ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ଥିଲେ ବି ଜଣେ ଶିକ୍ଷକ ଛୁଟିରେ ଥିଲେ ସେହିଦିନ । ସ୍କୁଲର ପିଲାମାନେ କଣ କରିବେ ନ କରିବେ ଭାବି ସ୍ଥାନୀୟ ସାମାଜିକ କର୍ମୀଙ୍କୁ ଡ଼ାକିଥିଲେ । ସ୍ଥାନୀୟ ଅଂଚଳର ଥିବା ସାମାଜିକ କର୍ମୀମାନେ ଶିକ୍ଷକଙ୍କୁ ଡ଼ାକ୍ତରଖାନା ନେଇଥିଲେ । ଅତ୍ୟଧିକ ମଦ୍ୟପାନ  କରିଥିବାରୁ ଏପରି ହୋଇଥିବା ଜଣାଇଥିଲେ ଡ଼ାକ୍ତର ।

ଏହାପରେ ସାମାଜିକ କର୍ମୀମାନେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଶିକ୍ଷକଙ୍କୁ ସସପେଣ୍ଡ କରିବାକୁ ସ୍ଥାନୀୟ ଅଂଚଳରେ ଆନ୍ଦୋଳନ କରିଥିଲେ ।

ଏହି ଘଟଣାରେ ଉପରିସ୍ଥ ଅଧିକାରୀ ତଦନ୍ତ କରି ସଂପୃକ୍ତ ଶିକ୍ଷକଙ୍କୁ ସସପେଣ୍ଡ କରି ସେହି ସ୍ଥାନରେ ଅନ୍ୟଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ସଂପୃକ୍ତ ଶିକ୍ଷକଙ୍କ ନାଁରେ ଗ୍ରାମବାସୀ ଏତାଲା ଦେଇଛନ୍ତି ।  

   Related Posts