ଛତା ଭରସାରେ ଛାତ୍ରଛାତ୍ରୀ
3/08/2018 at 12:16 PM

ଅବ୍ୟବସ୍ଥା ଘେରରେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅଳଗୁମ ସରକାରୀ ମଧ୍ୟ ଇଂଗ୍ରାଜୀ ବିଦ୍ୟାଳୟ । ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶ୍ରେଣୀଗୃହ ନାହିଁ । ମୁଣ୍ଡ ଉପରେ ଛାତ ନଥିବାରୁ ବର୍ଷାରୁ ରକ୍ଷା ପାଇବା ପାଇଁ ଛତା ଧରି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।ଖୋଲା ଆକାଶ ତଳେ ଗୋଟିଏ ହାତରେ ଛତା ଏବଂ ଅନ୍ୟ ହାତରେ କଲମ ଧରି ପଢୁଛନ୍ତି କୁନି କୁନି ପିଲା ।୧୧୮ବର୍ଷର ଏହି ପୁରାତନ ସ୍କୁଲରେ ୮ଟି ଶ୍ରେଣୀ ରହିଥିବା ବେଳେ ମାତ୍ର ଦୁଇଟି ଶ୍ରେଣୀଗୃହ ରହିଛି । ତାହା ପୁଣି ବର୍ଷା ହେଲେ ଭଙ୍ଗା ଚାଳରୁ ପାଣି ବୋହୁଛି । ଚାରଟି ଶ୍ରେଣୀର ପିଲା ଘର ଭିତରେ ପାଠ ପଢୁଥିବା ବେଳେ ଆଉ ଚାରଟି ଶ୍ରେଣୀର ପିଲା ପଦାରେ ପାଠ ପଢୁଛନ୍ତି ।୧୯୦୧ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟରେ ପିଲାମାନେ ଯେଉଁଭଳି ଭାବେ ପାଠ ପଢୁଛନ୍ତି ତାହା ପରିତାପର ବିଷୟ । ସ୍ଥାନୀୟ ପ୍ରତିନିଧି ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କାହାର ଦୃଷ୍ଟି ପଡୁନି ।ଶିକ୍ଷା ଅଧିକାରୀ କହୁଛନ୍ତି ସ୍କୁଲ ପକ୍ଷରୁ ଅଭିଯୋଗ ହୋଇନାହିଁ ।