ସମ୍ବଲପୁର ବିଶ୍ବବିଦ୍ୟାଳୟ ବିରୋଧରେ ସାଂଘାତିକ ଅଭିଯୋଗ : କୋର୍ସ ଆରମ୍ଭର ୩ବର୍ଷ ପରେ ବି ହୋଇନି ରେଜିଷ୍ଟ୍ରେସନ, ଅନଶନରେ ବସିଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | December 11, 2019 IST

ସମ୍ବଲପୁର ୧୧।୧୨: ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିଚିତ୍ରି ନୀତି । ପ୍ରଥମେ କୋର୍ସ ଖୋଲି ଛାତ୍ରଛାତ୍ରୀଙ୍କ ଆଡ୍‌ମିସନ ନେବାର ତିନି ବର୍ଷ ପରେ, ସଂପୃକ୍ତ କୋର୍ସକୁ ଅନୁବନ୍ଧିତ କରିବାକୁ ଚିଠି ଲେଖାଯାଇଛି । ଏ ଭିତରେ ଦୁଇଟି ବ୍ୟାଚ୍‌ର ଛାତ୍ରଛାତ୍ରୀମାନେ ପାଠ ସାରିଥିବା ବେଳେ, ନା ସେମାନେ କୌଣସି ସ୍ଥାନରେ ପ୍ରାକ୍ଟିକାଲ୍‌ କରିପାରୁଛନ୍ତି ନା, ଇଣ୍ଟର୍ଣ୍ଣସିପ୍ କରିପାରୁଛନ୍ତି। ଏପଟେ ବିନା ଅନୁବନ୍ଧନରେ ଏହି ଡିଗ୍ରୀ ମଧ୍ୟ ବେକାର ହୋଇଯାଇଛି । ଏଭଳି ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ଏସ୍‌ସି ମେଡିକାଲ୍‌ ଫିଜିକ୍ସ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ।

{"id":196285,"sizeSlug":"large"}

ଯାହାକୁ ନେଇ ସମ୍ବଲପୁର ବିଶ୍ବ ବିଦ୍ୟାଳୟର ଫିଜିକ୍ସ ବିଭାଗ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଫିଜିକ୍ସି ବିଭାଗରେ ତାଲା ପକାଇଛନ୍ତି ଅସନ୍ତୋଷ ଛାତ୍ରଛାତ୍ରୀ । ଆନ୍ଦୋଳନ ବେଳେ ପୋଲିସ ସହ ଛାତ୍ରଛାତ୍ରୀ ଧସ୍ତାଧସ୍ତି ହୋଇଛନ୍ତି । ଯାହାକୁ ନେଇ ଆମରଣ ଅନଶନରେ ବସିଛନ୍ତି ୪୨ ଜଣ ଛାତ୍ରଛାତ୍ରୀ ।

{"id":196286,"sizeSlug":"large"}

ଗତ ୧ ତାରିଖରୁ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ପ୍ରଥମେ କୋର୍ସ ଖୋଲି ଛାତ୍ରଛାତ୍ରୀଙ୍କ ଆଡ୍‌ମିସନ ନେବାର ୩ ବର୍ଷ ପରେ ସଂପୃକ୍ତ କୋର୍ସକୁ ଅନୁବନ୍ଧିତ କରିବାକୁ ଚିଠି ଲେଖିଥିଲେ କର୍ତ୍ତୃପକ୍ଷ । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଇଆର୍‌ବି ସହ ଅନୁବନ୍ଧନ କରିବାକୁ ଦାବି ହୋଇଛି । ଏହାସହ ପ୍ରଥମ ବ୍ୟାଚରୁ ଶେଷ ବ୍ୟାଚର ଛାତ୍ରଛାତ୍ରୀଙ୍କ କ୍ୟାରିୟର କିପରି ସୁରକ୍ଷିତ ରହିବ ସେ ନେଇ ବନ୍ଦୋବସ୍ତ କରିବାକୁ ମଧ୍ୟ ଛାତ୍ରଛାତ୍ରୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.