ବିଭିନ୍ନ ସମସ୍ୟା ନେଇ କଲେଜ ଗେଟ୍‌ରେ ତାଲା ପକାଇ କ୍ଲାସ୍ ବର୍ଜନ କଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | November 05, 2019 IST

ଆନନ୍ଦପୁର ୫।୧୧: ଶୌଚାଳୟ, ସାଇକେଲ ଷ୍ଟାଣ୍ଡ, ଲାଇବ୍ରେରୀ,  କ୍ଲାସରୁମରେ ଅବ୍ୟବସ୍ଥା ଭଳି ବିଭିନ୍ନ ସମସ୍ୟା କଲେଜରେ ଲାଗିରହିଥିବା ବେଳେ ଏଥିପ୍ରତି ଦୃଷ୍ଟି ଦେଉନାହଁନ୍ତି କର୍ତ୍ତୃପକ୍ଷ । କଲେଜକୁ  ଆସୁଥିବା ବିଭନ୍ନ ଅନୁଦାନ ପାଣ୍ଠିର କଲେଜ ଉନ୍ନତିମୂଳକ କାମରେ ବିନିଯୋଗ ହେବା ପରିବର୍ତ୍ତେ ମିଳିମିଶି ହରିଲୁଟ୍ କରୁଛନ୍ତି କର୍ତ୍ତୃପକ୍ଷ । କିଛିଦିନ ତଳେ କଲେଜ ପରିସରରେ ଥିବା କେତେକ ଗଛକୁ କାଟି ନିଲାମ ହୋଇଛି । ନିଲାମ ଅର୍ଥ ମଧ୍ୟ କାମରେ ଲଗାଯାଇନାହିଁ । ଏଭଳି କିଛି ଅଭିଯୋଗ ନେଇ ଆନନ୍ଦପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କଲେଜ ଗେଟରେ ତାଲା ପକାଇ କ୍ଲାସ୍ ବର୍ଜନ କରିବା ସହ ଫାଟକ ନିକଟରେ ପ୍ରିନ୍ସିପାଲଙ୍କ  ବିରୋଧରେ ନାରାବାଜି କରିଥିଲେ । ପରିସ୍ଥିତିକୁ ଲକ୍ଷକରି କଲେଜ କର୍ତ୍ତୃପକ୍ଷ ପୋଲିସ ଜଣାଇଥିଲେ ।

{"id":179498}

ପ୍ରାୟ ଦୁଇଘଣ୍ଟା ଧରି ଆନ୍ଦୋଳନ ଜାରି ରହିଥିବାବେଳେ ପୋଲିସ ଉପସ୍ଥିତରେ ଛାତ୍ରଛାତ୍ରୀ ଓ କଲେଜ ପରିଚାଳନା କମିଟି ମଧ୍ୟରେ ଆଲୋଚନା ହୋଇଥିଲା । କଲେଜ କର୍ତ୍ତୃପକ୍ଷଙ୍କ ଅଧିନରେ ଥିବା ଉନ୍ନୟନମୂଳକ କାମସବୁ ଆସନ୍ତା ୭ଦିନ ମଧ୍ୟରେ ଆରମ୍ଭ ହେବାର ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନରୁ ଓହରିଥିଲେ ଛାତ୍ରଛାତ୍ରୀ । ସେପଟେ କଲେଜ ପରିସରରୁ ବେଆଇନ୍ ଗଛକଟାକୁ ନେଇ ଅଧକ୍ଷ ରାଜେନ୍ଦ୍ର ପ୍ରସାଦ ଦାସ କହିଛନ୍ତି ଯେ,  ଫୋନି ବାତ୍ୟା ଯୋଗୁଁ ଗଛଗୁଡିକ ବିଲଡିଂ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ସେଗୁଡିକ କଟାଗଲା । ଚାକୁଣ୍ଡା ଗଛ ହୋଇଥିବାରୁ ତାପାଇଁ କୈଣସି ଅନୁମତି ଦରକାର ନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.