ଅଧ୍ୟାପକଙ୍କ ବଦଳି ପ୍ରତିବାଦରେ ଛାତ୍ର-ଛାତ୍ରୀଙ୍କ ଧାରଣା, ଦାବି ପୂରଣ ନହେବା ଯାଏଁ ଜାରି ରହିବ ଆନ୍ଦୋଳନ

Published By : Prameya-News7 Bureau | October 18, 2021 IST

ଚଣ୍ଡିଗଡ ୧୮।୧୦: ଅଧ୍ୟାପକଙ୍କ ଅନ୍ୟତ୍ର ବଦଳି ନିଷ୍ପତ୍ତି ପ୍ରତିବାଦରେ ଛାତ୍ର-ଛାତ୍ରୀଙ୍କ ପ୍ରତିବାଦ ଧାରଣା ଜାରି। ଯାଜପୁର ଜିଲ୍ଲା ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ କଲେଜ ସମ୍ମୁଖରେ ଛାତ୍ର ଛାତ୍ରୀ ମାନେ ଲଗାତାର ଦ୍ଵିତୀୟ ଦିନ ଧାରଣା ଦେଇଛନ୍ତି। ଅଧ୍ୟାପକଙ୍କ ବଦଳି ନିଷ୍ପତ୍ତି ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ର-ଛାତ୍ରୀ ଚେତାବନୀ ଦେଇଛନ୍ତି।

ସୂଚନାରୁ ପ୍ରକାଶ, ବିଷ୍ଣୁ ସାମନ୍ତରାୟ କଲେଜର ଏଜୁକେସନ ବିଭାଗର ଅଧ୍ୟାପକ ସତ୍ୟବ୍ରତ ପୃଷ୍ଟିଙ୍କ ଅନ୍ୟତ୍ର ବଦଳି ହୋଇଛି। ହେଲେ ଅଧ୍ୟାପକଙ୍କ ବଦଳିକୁ ପ୍ରତ୍ୟାହାର କରିବା ସହ ପୁନର୍ବାର ତାଙ୍କୁ କଲେଜରେ ନିଯୁକ୍ତି ଦେବାକୁ ଛାତ୍ର ଛାତ୍ରୀ ମାନେ ଦାବୀ କରିଛନ୍ତି। ଏ ନେଇ ପୂର୍ବରୁ ଛାତ୍ର ଛାତ୍ରୀ ମାନେ କଲେଜ ସମ୍ମୁଖରେ ଧାରଣା ଦେଇଥିଲେ।

ଏ ନେଇ କଲେଜ ଅଧକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆ ନଯିବାରୁ ସୋମବାର ପୁନର୍ବାର କଲେଜ ସମୁଖରେ ଛାତ୍ର ଛାତ୍ରୀ ମାନେ ଧାରଣା ଦେବା ସହ ନାରାବାଜି କରିଛନ୍ତି। ଅଧ୍ୟାପକଙ୍କ ବଦଳି ରଦ୍ଦ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଛାତ୍ର ଛାତ୍ରୀ ମାନେ ଚେତାବନୀ ଦେଇଛନ୍ତି।  ଏ ନେଇ ଆଲୋଚନା ଚାଲିଛି ସମସ୍ୟାର ଶୀଘ୍ର ସମାଧାନ କରାଯିବ  ବୋଲି କଲେଜ୍ ଅଧ୍ୟକ୍ଷ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.