ଅଧ୍ୟାପକ କରୋନା ପଜିଟିଭ୍ ପରେ ଅଫଲାଇନ୍ ପରୀକ୍ଷାକୁ ବିରୋଧ, ଅନଲାଇନ ପରୀକ୍ଷା ଦାବିରେ କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

Published By : Prameya-News7 Bureau | April 15, 2021 IST

ଆନନ୍ଦପୁର ୧୫/୦୪ : ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ଅଧିନରେ ଥିବା ଆନନ୍ଦପୁର ମହାବିଦ୍ୟାଳୟରେ ଅଫଲାଇନ୍ ପରୀକ୍ଷାକୁ ବିରୋଧକରି ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି । କଲେଜ ଗେଟରେ ତାଲାପକାଇ ଛାତ୍ରଛାତ୍ରୀ ମାନେ ଟାୟାର ଜାଳି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ଆସନ୍ତା ୧୯ ତାରିଖରୁ +୩ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାବେଳେ କଲେଜ ରେ ଏକାଧିକ ଅଧ୍ୟାପକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ତେଣୁ ସୁରକ୍ଷା ଦୃଷ୍ଟିରୁ ଛାତ୍ରଛାତ୍ରୀମାନେ ଅଫଲାଇନ୍ ପରୀକ୍ଷା ପାଇଁ ସୁରକ୍ଷିତ ମଣୁନଥିବା କହିଛନ୍ତି । ଅଫ୍‌ଲାଇନ୍‌       ବଦଳରେ ଅନଲାଇନ ପରୀକ୍ଷା କରାଇବା ଦାବିରେ ଗେଟ୍‌ ସାମ୍ନାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଯଦି ପରୀକ୍ଷା ଅନଲାଇନରେ ନହୁଏ ଉର୍ଦ୍ଧିଷ୍ଟ ତାରିଖ ଘୁଞ୍ଚାଇବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.