ଜିଏମ୍ କଲେଜରେ ଛାତ୍ର ଅଶାନ୍ତି, ୮ଜଣ ଅଧ୍ୟାପକ ଓ ରିଡରଙ୍କୁ ବଦଳି ପ୍ରତିବାଦରେ ଗେଟ୍‌ରେ ତାଲା ପକାଇଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | October 18, 2019 IST

ସମ୍ବଲପୁର ୧୮।୧୦: ସମ୍ବଲପୁର ଗଙ୍ଗାଧର ମେହେର ଯୁକ୍ତଦୁଇ କଲେଜରେ ଛାତ୍ର ଅଶାନ୍ତି । ୮ ଅଧ୍ୟାପକ ଓ ରିଡରଙ୍କୁ ବଦଳି ପ୍ରତିବାଦରେ ଉତ୍ତେଜନା ସୃଷ୍ଟି ହୋଇଛି । କଲେଜ ଗେଟ୍‌ରେ ତାଲା ପକାଇଲେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ । କଲେଜ ପରିସରରେ ଲାଗି ରହିଛି ଉତ୍ତେଜନା । ୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

{"id":171290}

ବଦଳି ନେଇ ଗତକାଲି ଉଚ୍ଚଶିକ୍ଷା ବିଭାଗ ଦ୍ବାରା ଜାରି ହୋଇଥିଲା ନିର୍ଦ୍ଦେଶନାମା । ଦୁଇଦିନ ମଧ୍ୟରେ ସେମାନଙ୍କୁ ବିନା ରିଲିଭରରେ ରିଲିଭ୍‌ କରିଦେବାକୁ ମଧ୍ୟ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ବାର୍ଷିକ ପରୀକ୍ଷା ଆଉ ମାତ୍ର ୩ ରୁ ୪ମାସ ଥିବା ବେଳେ, ହଠାତ୍‌ ଏତେ ସଂଖ୍ୟକ ଅଧ୍ୟାପକଙ୍କ ବଦଳି ପରୀକ୍ଷା ଉପରେ ପ୍ରଭାବ ପକାଇବ ବୋଲି ଛାତ୍ରଛାତ୍ରୀଙ୍କ ଯୁକ୍ତି ବାଢିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.