କେଉଁ ଦିଗରେ ବସି ପାଠ ପଢିଲେ ମିଳିବ ସଫଳତା, ଜାଣନ୍ତୁ
7/03/2019 at 6:07 PM

ଧ୍ୟାନ ଓ ଶାନ୍ତି ପାଇଁ ପୂର୍ବ, ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗ ଶୁଭ। ସକରାତ୍ମକ ଉର୍ଜାର ପ୍ରଭାବ ମଧ୍ୟ ଏହି ଦିଗରେ ଅଧିକ ହୋଇଥାଏ। ତେବେ ପଢିବା ସମୟରେ ପୂର୍ବ କିମ୍ୱା ଉତ୍ତର ଦିଗକୁ ମୁହଁ କରି ପଢିବା ଉଚିତ୍। ପାଠ ପଢା ଟେବୁଲ ସବୁବେଳେ ଘରର ଉତ୍ତର ପଟକୁ ରହିବା ଶୁଭ ବୋଲି କୁହାଯାଏ। ବହିଥାକ ମଧ୍ୟ ଉତ୍ତର ଦିଗରେ ରହିବା ଜରୁରୀ।

ତେବେ ଟେବୁଲ ଲାମ୍ପ ଦକ୍ଷିଣ-ପୂର୍ବ ଦିଗରେ ରହିଲେ ଲାଭଦାୟକ ହୋଇଥାଏ। ସବୁବେଳେ ପଢା ଟେବୁଲରେ ଧଳା ଚାଦର ବ୍ୟବହାର କରିବା ଉଚିତ୍। ଏହା ସକରାତ୍ମକ ଚିନ୍ତା ବୃଦ୍ଧି କରାଏ। ପ୍ରଶାସନିକ ସେବା ଚାକିରୀ ପାଇଁ ପ୍ରସ୍ତୁତି କରୁଥିବା ଛାତ୍ର ,ଛାତ୍ରୀ ପୂର୍ବ ଦିଗରେ ବସି ପାଠ ପଢିଲେ ସଫଲତା ପ୍ରାପ୍ତିର ମମ୍ଭାବନା ବୃଦ୍ଧି ହୋଇଥାଏ ।

ଗୀତିକାର ହେବା ପାଇଁ ଓ ବ୍ୟାଙ୍କ ପ୍ରବଂଧକ ଚାକିରି ପାଇଁ ପ୍ରସ୍ତୁତି କରୁଥିଲେ ନିଜ ପଢା ଘର ଉତ୍ତର ଦିଗରେ ରଖନ୍ତୁ। ମେଡିକାଲ, ଆଇନ, କମ୍ପ୍ୟୁଟର ପଢା ପାଇଁ ପ୍ରସ୍ତୁତି କରୁଥିଲେ ଦକ୍ଷିଣ ଦିଗରେ ବସି ପଢିବା ଆବଶ୍ୟକ। ଶାସ୍ତ୍ର ଅନୁସାରେ ପଢା କକ୍ଷ ସବୁବେଳେ ସଫା ରହିବା ଆବଶ୍ୟକ। ପଢା ଟେବୁଲର ଉତ୍ତର-ପୂର୍ବ ଦିଗରେ ଶ୍ରୀ ଗଣେଶ କିମ୍ୱା ମାଁ ସରସ୍ବତୀଙ୍କ ମୂର୍ତ୍ତି ରହିବା ଶୁଭ। ପ୍ରତ୍ୟେକ ଦିନ ପାଠ ପଢା ପୂର୍ବରୁ ଭଗବାନଙ୍କୁ ପ୍ରଣାମ କରି ପଢା ଆରମ୍ଭ କରିବା ଉଚିତ୍।

ପଢା ଘରେ ଶୌଚାଳୟ ରହିବା ଅନୁଚିତ୍। ଯଦି ପଢା ଘରେ ଶୌଚାଳୟ ଅଛି ତେବେ ଶୌଚାଳୟର କବାଟ ବନ୍ଦ ରହିବା ଜରୁରୀ। ଷ୍ଟଡି ରୁମର କାନ୍ଥରେ ଫାଟ ପଡିବା ଅଶୁଭ ବୋଲି କୁହାଯାଏ। ପଢା ଘରର ରଂଗ ହଳଦିଆ, ସବୁଜ କିମ୍ୱା ଗୋଲାପି ରହିବା ଉଚିତ୍।
Related Posts
ମାଘ ମେଳାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଟ୍ରମ୍ପ ଓ ହିଟଲର ବାବା
23 January 2021