ସ୍କୁଲ ହତା କୂଅରୁ ଯୁବତୀଙ୍କ ମୃତଦେହ ଉଦ୍ଧାର : ଗତକାଲିଠାରୁ ଥିଲେ ନିଖୋଜ

Published By : Prameya-News7 Bureau | June 25, 2020 IST

ଖୋର୍ଦ୍ଧା ୨୫/୬: ସ୍କୁଲ ହତା କୂଅରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଖୋର୍ଦ୍ଧା ଟାଉନ ଅନ୍ତର୍ଗତ ଜରିପୁଟ ସ୍କୁଲ କ୍ୟାମ୍ପସରେ ଥିବା କୂଅରୁ ପୋଲିସ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି । ମୃତକ ସେହି ଗ୍ରାମର ନିତୁ ମହାପାତ୍ର । ସେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟର ଯୁକ୍ତ ତିନି ଦ୍ବିତୀୟ ବର୍ଷ ଛାତ୍ରୀ ବୋଲି ଜଣାପଡିଛି ।

{"id":291409,"sizeSlug":"large"}

 ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏସପି ଅଜୟ ପ୍ରତାପ ସ୍ବାଇଁ, ଅତିରିକ୍ତ ଏସପି କେ ପି ଜେନା,ଏସଡିପିଓ ସୁଶିଲ ମିଶ୍ର, ଟାଉନ ଥାନା ଅଧିକାରୀ ଉମାଶଙ୍କର ସିଂ ପ୍ରମୁଖ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ପୋଲିସ ଶବକୁ ଜବତ କରି ବ୍ୟବେଚ୍ଛଦ ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ସେ ଗତକାଲିଠାରୁ ନିଖୋଜ ଥିବା ନେଇ ମୃତ ଯୁବତୀଙ୍କ ଦାଦା ବସନ୍ତ ରଣା ଥାନାରେ ଅଭିଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.