Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କେନ୍ଦୁଝର ସରକାରୀ ଡିଗ୍ରୀ ଇଂଜିନିୟରିଂ କଲେଜରେ ଛାତ୍ର ଅଶାନ୍ତି : କଲେଜରେ ତାଲା ପକାଇଲେ ଛାତ୍ର ଛାତ୍ରୀ, ବନ୍ଦ ହେଲା ଆଡମିଶନ

7/08/2019 at 4:30 PM

କେନ୍ଦୁଝର ୭|୮: କେନ୍ଦୁଝର ଜାମୁନାଳିଆସ୍ଥିତ ସରକାରୀ ଡିଗ୍ରୀ ଇଂଜିନିୟରିଂ କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି । କଲେଜରେ ଛାତ୍ରଛାତ୍ରୀ ତାଲା ପକାଇଦେଇଛନ୍ତି । ପ୍ରଥମବର୍ଷର ଆଡମିସନ ବନ୍ଦ କରିଦେଇଛନ୍ତି ଛାତ୍ରଛାତ୍ରୀ। ଫଳରେ ତିନିଦିନ ଧରି ହେବାକୁ ଆଡମିସନ ସାମୟିକ ଭାବରେ ବନ୍ଦ ହୋଇଯାଇଛି ।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଏହି ଇଂଜିନିୟରି କଲେଜର ହଷ୍ଟେଲରେ ପ୍ରାୟ ହଜାରେ ପିଲା ରହୁଛନ୍ତି । ହଲେ ଆରମ୍ଭ ହେବା ଦିନରୁ ହିଁ ହଷ୍ଟେଲ ପରିସରରେ ବିଦ୍ୟୁତ ଓ ପାଣି ସମାସ୍ୟା ଲାଗିରହିଛି । କ୍ରମାଗତଭାବେ ବିଦ୍ୟୁତ ରହୁ ନାହିଁ କି ପାଣି ଆସୁନାହିଁ । ଫଳରେ ଛାତ୍ର ଛାତ୍ରୀମାନେ ନାହିଁ ନଥିବା ଆସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଜେନରେଟର ଚଲେଇବାକୁ ତେଲ ପାଇଁ ପିଲାଙ୍କଠାରୁ ପଇସା ନିଆଯାଉଛି । ସ୍କୁଲ ପରିସରରେ ଔଇଫାଇ ନାହିଁ । ଏନେଇ ଛାତ୍ର ଛାତ୍ରୀ କଲେଜ କର୍ତୁପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ସହ ବିଗତ ଦିନରେ ସିନିଅର ପିଲାମାନେ ଅନେକ ଥର ବିକ୍ଷୋଭ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ ।

ତେଣୁ ବାଧ୍ୟ ହୋଇ ସେମାନେ ଆଜି ସ୍କୁଲରେ ତାଲା ପକାଇବା ସହ ଆଡମିସନ ବନ୍ଦକରି ସ୍କୁଲ ପରିସରରେ ଆନ୍ଦୋଳନ କରିଛନ୍ତି । ଅଧ୍ୟକ୍ଷଙ୍କର ଅନୁପସ୍ଥିତିରେ କଲେଜର ଅନ୍ୟ କର୍ତ୍ତୃପକ୍ଷ ପିଲାଙ୍କୁ ବୁଝା ସୁଝା କରିଥିଲେ ସୁଦ୍ଧା ପିଲାମାନେ ଆନ୍ଦୋଳନ ଜାରି ରଖିଛନ୍ତି। 

   Related Posts