Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ସ୍କୁଲରେ ଭୂତ ! ସାର୍ ଛାତ୍ରୀ ଅଚେତ୍, ଭୟରେ ହଷ୍ଟେଲ ଖାଲି

13/12/2019 at 1:27 PM

ଘଟଗାଁ ୧୩।୧୨: ସ୍କୁଲରେ ଭୌତିକ କାଣ୍ଡ । ଅଚାନକ ଅଚେତ୍ ହୋଇଯାଉଛନ୍ତି ଛାତ୍ରୀ ଓ ଶିକ୍ଷକ । ୫ ଦିନରେ ୮ଜଣ ଛାତ୍ରୀ ଓ ଜଣେ ଶିକ୍ଷକ ଚେତାଶୂନ୍ୟ ହୋଇ ମେଡିକାଲରେ ଭର୍ତ୍ତି ହେବା ପରେ କୋକୁଆ ଭୟ ଖେଳିଯାଇଛି । ଭୟରେ ହଷ୍ଟେଲ ଛାଡିଦେଉଛନ୍ତି ଛାତ୍ରଛାତ୍ରୀ । ଏଭଳି ଘଟଣା କେନ୍ଦୁଝର ହରିଚନ୍ଦନପୁର ବ୍ଲକ୍ ଭଅଁରପୁର ପ୍ରାଥମିକ ବିଦ୍ୟାଳୟର ସ୍ବଳ୍ପବ୍ୟୟ ଆବାସିକ ସ୍କୁଲରେ ଭୂତ ଭୟ । ୫ଦିନ ହେବ ସ୍କୁଲ ପରିସରରେ ଭୌତିକ କାଣ୍ଡ ଘଟୁଛି । ହଷ୍ଟେଲ ପରିସରରେ ଥିବା ପରିସ୍ରାଗାରକୁ ଯିବା ମାତ୍ରେ ଚିତ୍କାର କରିବା ପରେ ଚେତାଶୂନ୍ୟ ହୋଇ ପଡିଯାଉଛନ୍ତି ଛାତ୍ରୀ । ଚିକିତ୍ସା ପରେ ଭଲ ହୋଇ ଫେରିଲେ ବି ପୁଣି ସ୍କୁଲ ପରିସରକୁ ଆସିଲେ ଚେତା ହରାଇ ପଡିବା ଘଟଣା ଭୟର ବାତାବରଣ ବଢାଇବା ସହ ଅଭିଭାବକଙ୍କୁ ଚିନ୍ତାରେ ପକାଇଛି । ଏ ଦିଗରେ ଶୀଘ୍ର ପଦକ୍ଷେପ ଗ୍ରହଣ କରି ଶିକ୍ଷାଦାନ ପ୍ରକ୍ରିୟାକୁ ସ୍ବାଭାବିକ କରିବାକୁ ଦାବି ହୋଇଛି ।

   Related Posts