ଗଜପତିରେ ବିଭିନ୍ନ ସମସ୍ୟା ନେଇ ହଷ୍ଟେଲ ଛାଡିଲେ ଛାତ୍ରୀ
26/09/2018 at 3:10 PM

ଗଜପତି ୨୬|୯: ବିଭିନ୍ନ ସମସ୍ୟା ନେଇ ହଷ୍ଟେଲ ଛାଡିଲେ ଛାତ୍ରୀ । ଗଜପତି ଜିଲ୍ଲା ମୋହନା ବ୍ଲକ୍ ଜିରାଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୬୧ ଜଣ ଛାତ୍ରୀ ଗତକାଲି ବିଳମ୍ବିତ ରାତିରେ ହଷ୍ଟେଲ ଛାଡିଥିଲେ । ତେବେ ଖବର ଜାଣିବା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଛାତ୍ରୀମାନଙ୍କୁ ହଷ୍ଟେଲକୁ ଫେରାଇ ଆଣିଛନ୍ତି । ଏହାସହ ସେମାନଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଛନ୍ତି । ହଷ୍ଟେଲରେ ପାଣି ସମସ୍ୟା, ବିଦ୍ୟୁତ୍ ସମସ୍ୟା ସହ ଶିକ୍ଷକ ସମସ୍ୟା ଥିବା ଯୋଗୁଁ ହଷ୍ଟେଲ ଛାଡିଥିବା ଛାତ୍ରୀମାନେ କହିଛନ୍ତି ।