Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଟ୍ରିକ୍ ଫଳାଫଳକୁ ନେଇ ତାତିଲେ ଛାତ୍ରଛାତ୍ରୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ

28/06/2021 at 4:43 PM

ଭଦ୍ରକ ୨୮।୬: ଭଦ୍ରକ ଜିଲ୍ଲାରେ ମାଟ୍ରିକ ପରୀକ୍ଷା ଫଳାଫଳ ପରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଛାତ୍ରଛାତ୍ରୀ ଓ ଅଭିଭାବକମାନେ ନିଜ ନିଜ ବିଦ୍ୟାଳୟରେ ଅଭିଯୋଗ ପରେ ସୁଫଳ ନପାଇ ପୁଣି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରିଛନ୍ତି । ଭଦ୍ରକ ଜିଲ୍ଲା ପୁରୁଣା ବଜାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ନୂଆବଜାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଭଳି ବହୁ ସ୍କୁଲର ଛାତ୍ରଛାତ୍ରୀ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅଭିଭାବକ ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରି କ୍ଷୋଭ ପ୍ରକାଶ କରିବା ସହିତ ପରୀକ୍ଷା ଫଳ ବଢାଇବାକୁ ଦାବି କରିଛନ୍ତି । ୯୦% ମାର୍କ ରଖୁଥିବା ବେଳେ ଦଶମ ପରୀକ୍ଷାରେ ୭୦%  ମାର୍କ କିଭଳି ଆସିଲା ସେ ନେଇ ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ । ପରେ ବିଦ୍ୟାଳୟରୁ ଉତ୍ତର ନପାଇ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ତେବେ ପୁନଃ ମୂଲ୍ୟାୟନ ନ ହେଲେ ପରୀକ୍ଷା ପାଇଁ ଦାବି କରିଛନ୍ତି ।

   Related Posts