ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଚାଲିଛି ଖେଳ! ଲକ୍ଷ ଲକ୍ଷ ଟଙ୍କା ଦେଇ ଆଡମିଶନ ନେଇ ବେକାର ହେଲା ଟଙ୍କା ଆଉ ୨ ବର୍ଷର ପରିଶ୍ରମ

Published By : Prameya-News7 Bureau | December 08, 2019 IST

ସମ୍ବଲପୁର ୦୮।୧୨ - ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିଚିତ୍ରି ନୀତି। ପ୍ରଥମେ କୋର୍ସ ଖୋଲି ଛାତ୍ରଛାତ୍ରୀଙ୍କୁ ପାଠପଢ଼ାଇଲେ କିନ୍ତୁ ଉପଯୁକ୍ତ ଅନୁମତି କିମ୍ବା କୌଣସି ସଂସ୍ଥା ସହ ଅନୁବନ୍ଧିତ ହେଲେନି ।ଫଳରେ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ୍‌ କରିପାରୁଛନ୍ତି କରିପାରୁଛନ୍ତି। ଏପଟେ ବିନା ଅନୁବନ୍ଧନରେ ଡିଗ୍ରୀ ମଧ୍ୟ ବେକାର ହୋଇଯାଇଛି।ତେଣୁ ହକ୍‌ ଦାବିରେ ଧାରଣା ଦେଲେ ଛାତ୍ରଛାତ୍ରୀ ଯାହାକୁ ବେଆଇନ କହୁଛନ୍ତି କର୍ତ୍ତୃପକ୍ଷ । ଫଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏବେ ଚିନ୍ତାରେ ସମ୍ବଲପୁର ବିଶ୍ବବିଦ୍ୟାଳୟରMSC ମେଡିକାଲ ଫିଜିକ୍ସ ଛାତ୍ରଛାତ୍ରୀ…

{"id":195405,"sizeSlug":"large"}

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଚାଲିଛି ଖେଳ! ଲକ୍ଷ ଲକ୍ଷ ଟଙ୍କା ଦେଇ ଆଡମିଶନ ନେଇ ବେକାର ହେଲା ଟଙ୍କା ଆଉ ୨ ବର୍ଷର ପରିଶ୍ରମ । ଏମିତି ଖାମଖିଆଲ ଘଟଣା କୌଣସି ଘରୋଇ ଶିକ୍ଷାନୁଷ୍ଠାନରେ ଘଟି ନାହିଁ । ଏ ଘଟଣା ଘଟିଛି ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ।୨୦୧୭ରେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଖୋଲିଥିଲା MSC ମେଡିକାଲ ଫିଜିକ୍ସ ସେଲ୍ଫ ଫାଇନାନ୍ସିଂ କୋର୍ସ ।୨୦୧୭ରେ ୧୨ ଜଣ, ୨୦୧୮ରେ ୧୨ ଜଣ ସେହିପରି ୨୦୧୯ରେ ୧୨ ଜଣ ଆଡମିଶନ ନେଇଛନ୍ତି ।ଏ ଭିତରେ  ପ୍ରଥମ ବ୍ୟାଚ ଛାତ୍ରଛାତ୍ରୀଙ୍କ କୋର୍ସ ସରିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତAERB କିମ୍ବା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଠାରୁ ଅନୁମତି ନେଇ ନାହାଁନ୍ତି କର୍ତ୍ତୃପକ୍ଷ ।ଫଳରେ ଆରମ୍ଭରୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରେ । ତେଣୁ ବାଧ୍ୟାହୋଇ ୮ ଦିନ ହେଲା ଧାରଣା ଦେଇଛନ୍ତି।

ପ୍ରଥମରୁ କୌଣସି ଅନୁମତି, ଭତ୍ତିଭୂମି ବିଷୟରେ ଜାଣିନଥିଲେ କର୍ତ୍ତୃପକ୍ଷ । ଏବେ ପ୍ରଥମ ବ୍ୟାଚ ଛାତ୍ରଛାତ୍ରୀ ଷ୍ଟଡିଟୁର ଯିବା ପରେ ଜାଣିଲେ ସେମାନେ ପଢ଼ୁଥିବା ବିଷୟ ଓ ସେଥି ପାଇଁ ଦରକାର ପଡୁଥିବା ଅନୁମତି ବିଷୟରେ । ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଉଥିବା ଜାଣି ଧାରଣା ଦେଇ ସେମାନଙ୍କ ଦାବି ଉପସ୍ଥାପନ କରୁଛନ୍ତି । ସେପଟେ କିନ୍ତୁ ଛାତ୍ରଛାତ୍ରୀଙ୍କ ଧାରଣାକୁ ବେଆଇନ ଦର୍ଶାଇଛନ୍ତି ବିଭାଗ କର୍ତ୍ତୃପକ୍ଷ । ଏବେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଛାତ୍ରଛାତ୍ରୀଙ୍କ ଧାରଣା ଯଦି ବେଆଇନ ତେବେ ଉପଯୁକ୍ତ ସୂଚନା ଓ ସିକୃତି ବିନା କାହା ନିର୍ଦ୍ଦେଶରେ ତରବରିଆ ଭାବେ ସଂପୃକ୍ତ କୋର୍ସ ପାଇଁ ବିଭାଗ ଖୋଲିଥିଲେ କର୍ତ୍ତୃପକ୍ଷ । ଆଉ ପିଲାଙ୍କ ଭବିଷ୍ୟତ ସହ ଖେଳିବାକୁ ସେମାନଙ୍କୁ ଅଧିକାର ଦେଲା କିଏ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.