ଡ୍ୟାନ୍ସ କ୍ଲାସ୍ ଛାଡି ପଳାଇଲେ ଛାତ୍ର, ଶିକ୍ଷକ ଲଗାଇଲେ ଫାଶୀ

Published By : Prameya-News7 Bureau | April 12, 2019 IST

ବେଙ୍ଗାଲୁରୁ ୧୨|୪: ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଡ୍ୟାନ୍ସ ଶିକ୍ଷକ ଚିନ୍ତାରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏଭଳି ଘଟଣା ସଞ୍ଜୟ ନଗର ଅଞ୍ଚଳ ନିକଟ ଗେଡାଧଲ୍ଲୁରେ ଘଟିଛି । ମୃତ ଶିକ୍ଷକଙ୍କ ନାଁ ସନ୍ଦୀପ । ଶିକ୍ଷକ ଜଣକ ବିବାହିତ ଥିଲେ । ମାତ୍ର ସେ ତାଙ୍କ ପତ୍ନୀଙ୍କଠାରୁ ଅଲଗା ରହୁଥିଲେ ।

ସୂଚନା ଅନୁସାରେ ଶିକ୍ଷକ ସନ୍ଦୀପ ଏକ ଡ୍ୟାନ୍ସ କ୍ଲାସ୍ ଚଳାଉଥିଲେ ।  ଛାତ୍ରମାନେ ଡ୍ୟାନ୍ସ କ୍ଲାସ୍ ଛାଡିବା ଯୋଗୁଁ ସନ୍ଦୀପ ଚିନ୍ତାଗ୍ରସ୍ତ ଥିଲେ । ତେଣୁ ଏଥିପାଇଁ ସନ୍ଦୀପ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ ପ୍ରକାଶ କରୁଛି ।

ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ମୃତ ସନ୍ଦୀପ ଭଡା ଘରେ ଏକୁଟିଆ ରହୁଥିଲେ । ସେ ଯେତେବେଳେ ଡ୍ୟାନ୍ସ କ୍ଲାସ୍ ଆରମ୍ଭ କରିଥିଲେ ସେ ୨୫ଜଣଙ୍କୁ ଛାତ୍ରଙ୍କୁ ପଢାଉଥିଲେ । ସନ୍ଦୀପ ମଦ୍ୟପାନ ମଧ୍ୟ କରୁଥିଲେ । କିଛି ଦିନ ହେବ ସେ ଅବସାଦଗ୍ରସ୍ତ ଥିଲେ । ଯାହା ଫଳରେ ଛାତ୍ରମାନେ ଧିରେ ଧିରେ କ୍ଲାସ୍ ଆସିବା ବନ୍ଦ କରିଦେଇଥିଲେ । ଛାତ୍ରମାନେ ତାଙ୍କ କ୍ଲାସ୍ ରୁ ବାହାରିଯାଇ ଅନ୍ୟତ୍ର ଡ୍ୟାନ୍ସ ଶିଖୁଥିଲେ । ଯାହାକୁ ନେଇ ସନ୍ଦୀପ ଚିନ୍ତାଗ୍ରସ୍ତ ଥିଲେ । ଏଥିପାଇଁ ସେ ଘରର ଫ୍ୟାନ୍ ରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଦୀପଙ୍କ ମୃତଦେହ ଜବତ କରିବା ସହିତ ଏମଏସ ରମେୟା ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି । ସନ୍ଦୀପଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଆତ୍ମହତ୍ୟା ମାମଲା ଦାୟର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.