Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ସ୍କୁଲରେ ପାଠ ପଢିବା ବଦଳରେ ମାଟି ହାଣୁଛନ୍ତି ପିଲା, କାମରେ ନିୟୋଜିତ କରିଛନ୍ତି ପ୍ରଧାନଶିକ୍ଷକ

18/10/2019 at 1:18 PM

ଉଦଳା ୧।୧୦: ସ୍କୁଲରେ ପାଠ ପଢିବା ବଦଳରେ ମାଟି ହାଣୁଛନ୍ତି ପିଲାଏ । ଏମିତି ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ଅଧୀନସ୍ଥ ଶାଣଦେଇ ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ଛାତ୍ରମାନଙ୍କୁ ମାଟି ହାଣିବା କାମରେ ନିୟୋଜିତ କରିଛନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷକ ।

ଅନ୍ୟ ଛାତ୍ରଛାତ୍ରୀମାନେ ଖେଳରେ ମସଗୁଲ ଥିବାବେଳେ ଦୁଇ ଜଣ ଛାତ୍ର କୋଡି ଧରି ମାଟି ହାଣିବା କାମରେ ଲାଗିଛନ୍ତି । ଏମାନଙ୍କୁ କାମରେ ଲଗାଇଛନ୍ତି ପ୍ରଧାନଶିକ୍ଷକ ବସନ୍ତ କୁମାର ବେହେରା । ପୁଣି କାମର ତଦାରଖ ମଧ୍ୟ କରୁଛନ୍ତି । ନ୍ୟୁଜ୍ ୭ କ୍ୟାମେରାରେ ଏହି ପୁରା ଘଟଣା କଏଦ ହେବା ପରେ ସାର୍ ପିଲାଙ୍କ ହାତରୁ କୋଡି ଛଡାଇ ଆଣିଥିବା ଦେଖିବାକୁ ମିଳିଛି ।

ପିଲାଙ୍କୁ କାମରେ ଲଗାଇବା ବାବଦରେ ଆମେ ପଚାରିବାରୁ ଆମ ବୁମ୍ ଠେଲି ଦେଇଥିଲେ ପ୍ରଧାନଶିକ୍ଷକ । ପରେ କହିଛନ୍ତି, ପିଲାଙ୍କୁ କାମରେ ଲଗାଇବା ଧର୍ତବ୍ୟ ଅପରାଧ ନୁହେଁ । ଏ ବାବଦରେ ବିଇଓଙ୍କୁ ଅବଗତ କରିବା ପରେ ସେ କହିଛନ୍ତି, ଘଟଣାର ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

   Related Posts